ପାରିବାରିକ ଗଣ୍ଡଗୋଳରେ ମଧ୍ୟସ୍ଥିଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ-

 

ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ ଥାନା ଅନ୍ତର୍ଗତ ପୋଖରିଆ ଗ୍ରାମରେ ପାରିବାରିକ ଗଣ୍ଡଗୋଳକୁ ପଡୋଶୀ ବୁଝାଉଥିବା ସମୟରେ ଗଣ୍ଡଗୋଳକାରୀଙ୍କ
ଠେଙ୍ଗା ମାଡରେ ମୃତ ହୋଇଥିବା ଘଟଣାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ୫୦୦୦ଟଙ୍କା ଜୋରିମାନା ଅନାଦେୟ ୬ ମାସ ସଶ୍ରମ କାରାଦଣ୍ଡ ଶୁଣାଇଲେ ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର । ସୂଚନାଯୋଗ୍ୟ ଯେ ପୋଖରିଆ ଗ୍ରାମରେ ଘାସିରାମ ପୂର୍ତି(୨୫) ପୋଖରିଆ ଗ୍ରାମରେ ଈଶ୍ଵରଙ୍କ ଘରେ ରହୁଥିଲେ ।୧୮/୧୧/୨୦୧୮ ତାରିଖ ଦିନ ସଂଧ୍ୟାରେ ଘାସିରାମ ପୂର୍ତି ଘର ମାଲିକ ଈଶ୍ବର ଏବଂପତ୍ନୀ ସାଙ୍ଗେଙ୍କ ସହ କୌଣସି ଘଟଣାକୁ ନେଇ ଭୟଙ୍କର ଗଣ୍ଡଗୋଳ ହୋଇଥିଲା । ପଡୋଶୀ ଶିବ ହେମ୍ବ୍ରମ(୫୦) ଙ୍କ ସହ ୩/୪ ଜଣ ପହଞ୍ଚି ବୁଝାବୁଝି କରୁଥିବା ସମୟରେ। ଉତ୍ୟକ୍ତ ଘାସିରାମ ଏକ ବାଉଁଶ ଠେଙ୍ଗାରେ ଶିବଙ୍କ ମୁଣ୍ଡରେ ବାଡେଇଥିଲା । ଘଟଣାସ୍ଥଳରେ ଶିବଙ୍କର ମୃତ୍ୟୁ ହୋଇଥିଲା । ପଡୋଶୀ ମାନେ ଭୟରେ ପଳାଇଥିଲା । ଏହାକୁ ନେଇ ୧୯/୧୧/୨୦୧୮ ତାରିଖ ଦିନ ବାଦାମ ପାହାଡ ଥାନାରେ ଶିବଙ୍କ ପତ୍ନୀ ସାଲଗେଙ୍କ ଲିଖିତ ଅଭିଯୋଗ କରିଥିଲେ ଏବଂ ମାମଲା କେଶ ନଂ ୫୦/୧୮ରୁଜୁ ହୋଇଥିଲା !

ରାଇରଙ୍ଗପୁର କୋର୍ଟରେ ଏହାକୁ ଶୁଣାଣି ନେଇ ପୋଲିସର ତଦନ୍ତ ରିପୋର୍ଟ , ପାରିପାର୍ଶ୍ବିକ ଘଟଣା ଏବଂ ୧୭ ଜଣଙ୍କ ସାକ୍ଷୀଙ୍କ ବୟାନକୁ ନେଇ ରାଇରଙ୍ଗପୁର ଏଡିଜେ ଦୀପକ କୁମାର ଅଭିଯୁକ୍ତ ଘାସିରାମ ପୂର୍ତିଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ୫୦୦୦ଟଙ୍କା ଜୋରିମାନା ଅନାଦେୟ ୬ ମାସ କାଣ୍ଡରେ ଦଣ୍ଡିତ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook