ଅକ୍ଷମ ନୁହନ୍ତି ସକ୍ଷମ l

ସୁନ୍ଦରଗଡ: ନାମ କାର୍ତ୍ତୀକ ବ୍ରହ୍ମ, ବୟସ ୩୫ ବର୍ଷ l ସୁନ୍ଦରଗଡ ଜିଲ୍ଲା ବଣେଇଁ ବ୍ଲକ ଅଲେଖପୁର ଗାଁର ଏହି ଦିବ୍ଯାଙ୍ଗ ବ୍ଯକ୍ତି ଅକ୍ଷମ ହୋଇବି କାହା ଉପରେ ନିର୍ଭର ନକରି ଦି ପଇସା ରୋଜଗାର କରିପାରୁଛନ୍ତି l ଛଟୋବେଳୁ ବାପା ମା ଆରପାରିରେ, କାର୍ତ୍ତୀକ ଜନ୍ମରୁ ଦିବ୍ଯାଙ୍ଗ ହୋଇବି +2 ଯାଏଁ ପାଠ ପଢିଛନ୍ତି ସେ l

 

ଅକ୍ଷମ ହୋଇବି ହାର ମାନି ନାହାନ୍ତି କାର୍ତ୍ତୀକ l ପରିଶ୍ରମ କରି ଗୁପଚୁପ, ମୁଢି ମିକ୍ସଚର ବିକ୍ରି କରି ନିଜ ସ୍ତ୍ରୀକୁ ବେସ ଖୁସୀରେ ରଖିପାରିଛନ୍ତି କାର୍ତ୍ତୀକ ଆଉ ଅନେକଙ୍କ ପାଇଁ ସାଜିଛନ୍ତି ଉଦାହରଣ l ସେପଟେ ସରକାରଙ୍କ ତରଫରୁ କାର୍ତ୍ତୀକଙ୍କୁ ମାସିକ ସରକାରୀ ଭତ୍ତା, ରାସନ ଚାଉଳ ମିଳୁଥିବାବେଳେ କରୋନା ସମୟରେ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ମିଳିଛି l ସେପଟେ ସରକାରଙ୍କ ତରଫରୁ ଆବାସ ଯୋଜନାରେ କାର୍ତ୍ତୀକଙ୍କୁ ଘର ଖଣ୍ତେ ମିଳିଲେ କାର୍ତ୍ତୀକ ଅଧିକ ହସଖୁସୀରେ ତାଙ୍କ ପରିବାରକୁ ଚଳାଇ ପାରନ୍ତେ l

Share this…
Share on Facebook

Facebook