ବିନା ଫଳକ ରେ ଚାଲିଛି ପୂର୍ତ୍ତ ବିଭାଗ ଦ୍ୱାରl ବାତ୍ୟା ଆଶ୍ରୟ ସ୍ଥଳୀ

କେନ୍ଦ୍ରାପଡ଼ା; ବିନା ଫଳକ ରେ ଚାଲିଛି ପୂର୍ତ୍ତ ବିଭାଗ ଦ୍ୱାରl ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କାର୍ଯ୍ୟ l ନିମ୍ନ ମାନର କାର୍ଯ୍ୟ କରି ଲୁଟି ନେଉଛି ଠିକାଦାର l ଠିକାଦାର ଓ ଯନ୍ତ୍ରୀ ମଧୁଚନ୍ଦ୍ରିକା ରେ ବଳି ପଡୁଛନ୍ତି ସାଧାରଣ ଜନତା l ଗ୍ରାମବାସୀ ବିରୋଧ କଲେ ମିଳୁଛି ଧମକ lମାଟି ମିଶା ବାଲି ଭାଗ ମାପକୁ ବାଦ ଦେଇ ନିର୍ମାଣ ଚାଲିଛି ବାତ୍ୟା ଆଶ୍ରୟସ୍ଥଳୀ l ମାନଇଛl ସିମେଣ୍ଟ ବାଲି ମିଶାଇ ଚାଲିଛି କଂକ୍ରିଟ ଗୋଳl ପିଲିଙ୍ଗ ର ଗଭୀରତା କୁ ନେଇ ମଧ୍ୟ୍ୟ ପ୍ରଶ୍ନ ଉଠିଛି l
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଇନ୍ଦୋଳ ପଂଚାୟତ ଛକନା ଗାଁ ରେ ଚାଲିଛି ବାତ୍ୟା ଆଶ୍ରୟସ୍ଥଳୀ l ଏଥିପାଇଁ ଖର୍ଚ୍ଚ ହେଉଛି ପାଖା ପାଖି 1କୋଟି 80ଲକ୍ଷ୍ୟ ଟଙ୍କା l ଏତେ ନିମ୍ନ ମାନର ହଉଛି ଯେ କେତେବେଳେ ତାହା ଭୁଶୁଡି ପଡିବ ତାକୁ ନେଇ ଆଶଙ୍କା ସୁଷ୍ଟି ହୋଇଛି l

ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ରେ କାମ ହେଉଥିବାରୁ ନିର୍ମାଣ ରେ ଦୁର୍ନୀତି ଚାଲିଛି l ଏବଂ ନିନ୍ମ ମାନର କାର୍ଯ୍ୟ କୁ ଗ୍ରାମବାସୀ ବିରୋଧ କଲେ ଠିକାଦାର ପକ୍ଷରୁ ଧମକ ମିଳୁଥିବା ଅଭିଯୋଗ ହେଉଛି l ତେବେ ଏ ସମ୍ପର୍କରେ ଭିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ଆମ ପ୍ରତିନିଧି ହେଲେ ବିଭାଗୀୟ ଅଧିକାରୀ କ୍ୟାମେରା ସାମ୍ନା ରେ କିଛି କହିବେ ନାହିଁ କି ତାଙ୍କ ମୁଁହଁ ଆଗରେ ବୁମ ହଲlନ୍ତୁ ନାହିଁ ବୋଲି ସିଧା ସଳଖ କହିଥିଲେ ଫୋନ ମାଧ୍ୟମରେ l

ବାଟମରଣା ନା ଲୁଟ ହେଉଛି ବାତ୍ୟା ଆଶ୍ରୟସ୍ଥଳୀ ଅର୍ଥ? ଲୋକଙ୍କ ସୁରକ୍ଷା ପାଇଁ ନିର୍ମାଣ ହେଉଥିବା କୋଠା କାମ ନିମ୍ନମାନରେ ହେଉଥିବା ବେଳେ ବିଭାଗୀୟ ଅଧିକାରୀ ଙ୍କ ନଜର ଦେଉନାହାନ୍ତି କାହିଁକି? l ନାଁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ସଲାସୁତୁରାରେ ଚାଲିଛି ଏଭଳି ନିର୍ମାଣ? ସ୍ଥାନୀୟ ଲୋକଙ୍କ ମନରେ ଏବେ ଏଭଳି ଅନେକ ପ୍ରଶ୍ନ ଉଠିଛି lmpx tv

Share this…
Share on Facebook

Facebook