ଡ଼ିଲର ରାସନ ସାମଗ୍ରୀ ନଦେବାରୁ ତାତିଲେ ହିତାଧିକାରୀ

ସୋର;  ନିର୍ବାଚନ ପାଇଁ ଏ ପଥଯାତ୍ରା ନୁହେଁ । ରାଲି କେଉଁ ନେତାଙ୍କ ପାଇଁ ନୁହେଁ । ଏଠି ନେତାଙ୍କ ପାଇଁ ଜିନ୍ଦାବାଦ ପଡ଼ୁନି । ଏଠି ଗରିବ ପେଟର ଭୋକ ଅସମ୍ଭାଳ ହୋଇଛି । ଯାହା ପାଇଁ ପୁରା ଗାଁର ଖଟିଖିଆ ମେହେନତୀ ମଣିଷ ଏକ ହୋଇଛି । ଏବେ ଭଲ କରି ନଜର ପକାନ୍ତୁ ଏ ଦୃଶ୍ୟ ଉପରେ – ଏ ଅଭାବନୀୟ ଦୃଶ୍ୟ ବାଲେଶ୍ୱର ଜିଲ୍ଲା ସୋର ଖୁଂଟା ଅଂଚଳରେ ଦେଖିବାକୁ ମିଳିଥିବା ବେଳେ ଖବର ସାରା ଜିଲ୍ଲାରେ ଚାଂଚଲ୍ୟ କରିଛି ।

ନେତା ପରି ପଟୁଆରେ ଆସୁଥିବା ବ୍ୟକ୍ତି ହେଉଛନ୍ତି କଟୋଂଲ ଡ଼ିଲର ବିଜେନ୍ଦ୍ର ପ୍ରସାଦ ଦାସ । ବିଜେନ୍ଦ୍ର ହିତାଧିକାରୀଙ୍କୁ ୪ମାସ ରାସନ ସାମଗ୍ରୀ ନଦେବାରୁ ପୁରା ଗାଁ ଏକ ହୋଇଛି । ରାସନ ପାଇଁ ଗୁହାରୀ ଅଭିଯୋଗ କରି ଥକି ପଡ଼ିବା ପରେ ନ୍ୟାୟ ପାଇଁ ଗ୍ରାମବାସୀ ଅଂଟା ଭିଡ଼ିଛନ୍ତି ।

ଡ଼ିଲର ମହାୟଶଙ୍କୁ ଧରି ଗୋଟାଏ କି ୨ କିଲୋମିଟର ନୁହେଁ ପୁରା ୩କିଲୋମିଟର ପାଦରେ ଚଲାଇ ସରପଂଚଙ୍କ ନିକଟରେ ପହଂଚିଥିଲୋ । ସଭାରେ ଡ଼ିଲର ଯୁଦ୍ଧକାଳୀନ ଭିତିରେ ୪ମାସର ରାସନ ଦେବାର ପ୍ରତିଶୃତି ଦେବା ପରେ ଉତେଜନା ଶାନ୍ତ ପଡ଼ି ଥିଲା । ସୋରରୁ ସରତ ନାୟକଙ୍କ ରିପୋର୍ଟmpx tv

Share this…
Share on Facebook

Facebook