ସାମ୍ବାଦିକଙ୍କୁ ପୋଲିସର ବେଡି ପକାଇବା ଘଟଣା; ବିକ୍ଷୋଭ ସହ ଦାବୀପତ୍ର ପ୍ରଦାନ

ମୟୁରଭଞ୍ଜ: ବାଲେଶ୍ୱର ଜିଲ୍ଲା ନୀଳଗିରିର ପ୍ରତିଷ୍ଠିତ ଗଣମାଧ୍ୟମ ପ୍ରତିନିଧି ଳୋକନାଥ ଦଳେଇଙ୍କୁ ନୀଳଗିରୀ ପୋଲିସର ବର୍ବରଚିତ ବ୍ୟବହାର ଏପରିକି ଏକ ସାମାନ୍ୟ ବଚସା ଘଟଣାରେ ସାମ୍ବାଦିକଙ୍କ ନାମରେ ମାମଲା ରୁଜୁ କରିବା ସହ ତାଙ୍କୁ ମାଡ ମାରିବା, ଶରୀର ଅସୁସ୍ଥ ଥିବାରୁ ହସପିଟାଲରେ ବେଡି ପକାଇ ହାର୍ଡକୋର କ୍ରିମିନାଲ ଭଳି ବ୍ୟବହାର ପ୍ରଦର୍ଶନ କରିବା ଘଟଣାର ପ୍ରତିବାଦ ଜଣାଇ ମୟୂରଭଞ୍ଜ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଅପରାହ୍ନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପୂର୍ବକ ସଂପୃକ୍ତ ପୋଲିସ ଅଧିକାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଓଡିଶାରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ଦାବୀରେ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ମଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବାର ଜଣା ଯାଇଛି ।

ଯଦି ଏପରି ଭାବେ ପୋଲିସ ବର୍ବରିତ କାଣ୍ଡ ଘଟାଇବା ତେବେ ଆଉ ବେଶି ସମୟ ନୁହେ ଯେଉଁ କଲମ ଧରୁଛି ସେହି ହାତରେ ଠେଙ୍ଗା ଧରିବ। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମ୍ବାଦିକ ଲକି ଜେନା, ଅକ୍ଷୟ ଅଗ୍ରୱାଲା, ସୌମ୍ୟ ରଂଜନ ପଟ୍ଟନାୟକ, ରଂଜନ କୁମାର ଦାଶ, ଦୋଳ ଗୋବିନ୍ଦ ବାରିକ, ଦୀପକ କୁମାର ନାୟକ, ସୁକାନ୍ତ କୁମାର ଜୀଉ, ପ୍ରିୟବ୍ରତ ମିଶ୍ର, ସୁବ୍ରତ ପ୍ରଧାନ, ରାଜ ଗୁପ୍ତା, ଦୀପକ କୁମାର ମୁଦୁଲି, ରଜତ ବୈଠା, ବିଶ୍ୱଜିତ ମହାନ୍ତି, ପ୍ରଭାସ କୁମାର ସାହୁ, ଶାରଦା ପ୍ରସାଦ ବାରିକ, ସୟଦ ସିରାଜୁଦ୍ଦିନ, ଶୁଭଙ୍କର ଦାସ, ସରୋଜ ନାୟକ, ସୁମିତ କୁମାର ନାୟକ ପ୍ରମୁଖ ବହୁ ସାମ୍ବାଦିକ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook