ଆଦିବାସୀ ଯୁବକଙ୍କୁ ମାଡ ମାରି ବନ୍ଧା ହେଲେ ସାମ୍ବାଦିକ

ମୟୂରଭଞ୍ଜ :-ଦୋକାନୀ ଙ୍କ ପାଇଁ ଗ୍ରାହକ ଭଗବାନ ସଦୃଶ୍ୟ। ଜଣେ ଆଦିବାସୀ ଯୁବକ ଔଷଧ ଫେରାଇବାକୁ କହିବାରୁ ନିସ୍ତୁକ ମାଡ ମାରିଛନ୍ତି ଔଷଧ ଦୋକାନର ସାମ୍ବାଦିକ ମାଲିକ । ଘଟଣା ସ୍ଥଳରେ ତିବ୍ର ଉତ୍ତେଜନା, ମାଲିକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଅଭିଯୋଗ କଲେ ସ୍ଥାନୀୟ ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ବାରିପଦା ସ୍ଥିତ ପିଆରଏମ୍ ମେଡିକାଲ ପାଖରେ।
ସାରସକଣା ବ୍ଲକ ଅନ୍ତର୍ଗତ ଯୋକା ଗ୍ରାମର ଚୈତନ୍ୟ ମାଝୀ ନାମକ ଜଣେ ବ୍ୟକ୍ତି ନିଜ ଛୁଆକୁ ପି.ଆର୍.ଏମ. ମେଡିକାଲ ହସ୍ପିଟାଲରେ ରେ ଆଡ଼ମିଶନ କରିଥିଲେ । ଛୁଆକୁ ଡାକ୍ତର ଦେଖିବା ପରେ ଔଷଧ ନିରାମୟରେ ନ ଥିବାରୁ ବାହାରୁ କିଣି ଆଣିବାକୁ କହିଥିଲେ । ଚୈତନ୍ୟ ପେସ୍କିସନ୍ ଧରି ମେଡିକାଲ କଲେଜ ସମ୍ମୁଖରେ ଥିବା ଗ୍ରାହି ମେଡିକାଲ ହଲ୍ ଏବଂ ପଥୋଲୋଜି ରୁ ଔଷଧ କିଣି ନେଇଥିଲେ । ପରେ ଡ୍ୟୁଟିରେ ଥିବା ନର୍ସ ଚୈତନ୍ୟ ଭୁଲ୍ ଔଷଧ ଆଣିଛନ୍ତି ଦୋକାନ କୁ ଯାଇ ଠିକ୍ ଔଷଧ ଆଣିବାକୁ କହିଥିଲେ । ତେବେ ଚୈତନ୍ୟ ଔଷଧ ଦୋକାନୀକୁ ଔଷଧ ଫେରାଇବାକୁ କହିବାରୁ ଦୋକାନୀ ଜଣକ ତାଙ୍କୁ ଅଶ୍ଲୀଳ ଭାଷା ରେ ଗାଳିଗୁଲଜ କରିଥିଲେ ।

ଏହି ସମୟରେ ଚୈତନ୍ୟ ଟଙ୍କା ଫେରାଇବାକୁ ବାଧ୍ୟ କରିବାରୁ ଦୋକାନୀ ଜଣକ ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରୁ ସେହି ଔଷଧ ଦୋକାନୀ ଜଣକ ଫେରାର ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଔଷଧ ଦୋକାନୀକୁ ଗିରଫ କରାନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ତେବେ ଜଣେ ସାମ୍ବାଦିକ କିପରି ଆଇନ କୁ ନିଜ ହାତକୁ ନେଉଛନ୍ତି ତାହା ସମସ୍ତଙ୍କୁ ଚକିତ କରୁଛି। କାରଣ ଯେଉଁ ସାମ୍ବାଦିକ ଲୋକଙ୍କ ପାଇଁ ପ୍ରେରଣା ସାଜନ୍ତି ସେ କ୍ଷେତ୍ରରେ ସାମ୍ବାଦିକଙ୍କ ଏପରି ଆଚରଣ ସାମ୍ବାଦିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।ମୟୂରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook