WCCB ଓ ବନବିଭାଗ ପଞ୍ଝାରେ ବାଘ ଛାଲ ବେପାରୀ, ୭ ଗିରଫ

କରଞ୍ଜିଆ,  : WCCB (ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ସଂସ୍ଥା) ଓ ବନବିଭାଗ ପଞ୍ଝାରେ ବାଘ ଛାଲ ବେପାରୀ । ୭ ବାଘଛାଲ ବେପାରୀ ଗିରଫ। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ କାରବାର ଚାଲିଥିବା ବେଳେ ମାଡି ବସିଲା WCCB ଓ ବନବିଭାଗ।

ସୂଚନାନୁଯାୟୀ, କେନ୍ଦୁଝର ବନଖଣ୍ଡ ଅଞ୍ଚଳରୁ ଏକ କଲରା ପତରିଆ ବାଘ ଛାଲ ଆଣି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସଷ୍ଟାଣ୍ଡ ଠାରେ ବୁଧବାର ରାତିରେ ଡିଲ୍ ଚାଲିଥିଲା । ଏହି ସମୟରେ ଦୁଧିଆଣି ରେଞ୍ଜର ବନ କର୍ମଚାରୀ, କେନ୍ଦୁଝର ବନବିଭାଗ ଓ WCCB ମିଳିତ ଭାବେ ଚଢ଼ାଉ କରିଥିଲା । ଏହି ଚଢାଉରେ ୭ ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଏହା ସହିତ ବାଘ ଛାଲ ଓ ଏକ ଅଲ୍ଟୋ କାର ଜବତ ହୋଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଦୁଧିଆଣି ରେଞ୍ଜ ଅଫିସକୁ ଆଣି ଅଧିକ ପଚରାଉଚୁରା କରୁଛି ବନବିଭାଗ । ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣ ଯଶୀପୁର ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୫ ଜଣ କେନ୍ଦୁଝର ଜିଲ୍ଲାର ବୋଲି ଜଣା ପଡ଼ିଛି mpx tv

Share this…
Share on Facebook

Facebook