କାଳବୈଶାଖି ର ତାଣ୍ଡବଲୀଳା।ଗଛ ପଡି ମହିଳା ମୃତ

ତେଲକୋଇ: କାଳବୈଶାଖି ର ତାଣ୍ଡବଲୀଳା ଗଛପଡି ମହିଳା ମୃତ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ମାର୍ଦ୍ଦା ଗାଁରେ।ମୃତକ ହେଲେ ମାର୍ଦ୍ଦା ଗାଁ ମାଟିଆ ସାହିର ରସବତୀ ବେହେରା।ଆଜି ଗାଁ ରେ ଜୈନିକ ବ୍ୟକ୍ତି ଙ୍କ ଘର ପ୍ରତିଷ୍ଠା ଉସବରେ ଯୋଗଦେଇ ରସବତୀ ଅପରାହ୍ନ ପ୍ରାୟ ୪ଟା ବେଳକୁ ଘରକୁ ଫେରୁଥିବା ବେଳେ ରାସ୍ତାରେ ହଠାତ କାଳବୈଶାଖି ମାଡି ଆସିଥିଲା।

ପ୍ରବଳ ବେଗରେ ବର୍ଷା ପବନ ସହିତ ବଜ୍ରାଘାତ ଆରମ୍ଭ ହୋଇଯାଇଥିଲା। ରାସ୍ତା ନିକଟରେ ଥିବା ଗୋଟିଏ ଶାଳ ଗଛକୁ ବଜ୍ରାଘାତ ହୋଇଥିଲା ।ଏବଂ ରାସ୍ତାରେ ଯାଉଥିବା ରସବତୀ ଙ୍କ ଉପରେ ଶାଳ ଗଛଟି ପଡିଯାଇଥିଲା ।ଏବଂ ଘଟଣା ସ୍ଥଳରେ ରସବତୀ ଙ୍କର ମୃତ୍ୟୁ ଘଟିଥିଲା। ରିପୋର୍ଟର-ଜ୍ଞାନ ରଞ୍ଜନ ସାହୁ, ତେଲକୋଇ

Share this…
Share on Facebook

Facebook