ସମବାୟ ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ତାତିଲେ ଚାଷୀ ।

ନିଶ୍ଚିନ୍ତକୋଇଲି: ଚାଷୀଭାଇ ମାନେ ଆଜିବି ସମସ୍ୟା ଘେରରେ , ସରକାର ଖାଲି ଯୋଜନା କରୁଛନ୍ତି କିନ୍ତୁ ପ୍ରକୃତରେ ଚାଷୀକୁଳ ଆଜିବି ଅବହେଳିତ । ଯାହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ସେବା ସମବାୟ ସମିତିରେ । ଚାଷୀଭାଇ ମାନେ ସମିତିରେ ଧାନ କିଣାରେ ଅନିୟମିତତା ଓ ସମ୍ପାଦକ ଙ୍କ ମନମୁଖୀ କାର୍ଯ୍ୟକଳାପ କୁ ନେଇ କଟକ ଚାନ୍ଦବାଲି ମୁଖ୍ୟ ରାସ୍ତା ପଣସପଡ଼ିଆ ଠାରେ ରେ ଧାନ ବସ୍ତା ଥୋଇ ରାସ୍ତାରୋକ କରିଛନ୍ତି । ଏପଟେ ଚାଷୀଭାଇ ମାନଙ୍କ ଠାରୁ ସମ୍ପାଦକ ମହାଶୟ ଆଇ ସ୍କାନ କରି ରଖିଥିଲେ ବି ଧାନ ଉଠିବାର ସମୟ ସୀମା ସରିଯାଇଛି ।

ତେବେ ଚାଷୀ ଭାଇ ମାନଙ୍କ ଧାନ ଉଠିପାରିବ ନାହିଁ ବୋଲି ସିଧା ସଳଖ ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠେ ଯଦି ଚାଷୀଭାଇ ମାନଙ୍କ ଧାନ ଉଠିପାରିବ ନାହିଁ ତାହେଲେ ସେବା ସମବାୟ ସମିତି ପକ୍ଷରୁ ଚାଷୀମାନଂକ ଆଇ ସ୍କାନ ନିଆହେଇଛି କୋଉ ସ୍ୱାର୍ଥ ରେ । ନାଁ ଏହା ପଛରେ କୌଣସି ରହସ୍ୟ ଲୁଚି ରହିଛି ।

ଏହାର ଦୃଢ ତଦନ୍ତ ସହିତ ଚାଷୀମାନଙ୍କୁ ଉଚିତ ନ୍ୟାୟ ଦେବା ପାଇଁ ସରକାରଙ୍କ ନିକଟରେ ଦୃଢ ଦାବି କରିଛନ୍ତି ଚାଷୀକୁଳ । ତେବେ ଚାଷୀମାନଙ୍କ ଦୁଃଖ ବୁଝିବାରେ ଜିଲ୍ଲା ପ୍ରଶାସନ ତରଫରୁ କି ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଖାଲି ଦେଖିବାକୁ ବାକି ରହିଲା ?  ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ ଙ୍କ ରିପୋର୍ଟ ।

Share this…
Share on Facebook

Facebook