ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ ; ଟ୍ରେନ ଭିତରେ ଜିଆରପି ପୋଲିସ୍ ପିଟୁଥିବା ଭିଡିଓ ଭାଇରାଲ

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଶ୍ରୀଜଙ୍ଗ ଗାଁରେ ଜଣେ ଯୁବକ ଦାଦନ ଖଟିବାକୁ ଯାଇ ନିଖୋଜ l ଶ୍ରୀଜଙ୍ଗ ଗାଁର ମଧୁସୂଦନ ମଲ୍ଲିକଙ୍କ ୪୫ବର୍ଷର ପୁଅହରିହର ମଲ୍ଲିକ ଜାନୁଆରୀ ମାସରେ ଦାଦନ ଖଟିବାକୁ କେରଳ ଯାଇଥିଲେ l ପରେ ସେଠାରେ ସେ ଟ୍ରଲରେ ମାଛ ଧରିବା କାମ କରୁଥଲେ ଓ ସେ ଘର ଲୋକ, ସାଙ୍ଗ ସାଥିଙ୍କୁ ଯୋଗାଯୋଗ ମଧ୍ୟ କରୁଥିଲେ l କିନ୍ତୁ କିଛି ଦିନ ପରେ ତାଙ୍କ ମୋବାଇଲ ସୁଇଚଅଫ ଆସିଲା ଆଉ ସେହି ଦିନଠାରୁ ତାଙ୍କ ସହିତ ଆଉ ପରିବାର ଲୋକ ଯୋଗାଯୋଗ କରିପାରିନଥିଲେ l ତେଣୁ ପରିବାର ଲୋକେ ଖନ୍ତାପଡ଼ା ଥାନାରେ ଗତମାସ ୨୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ l

ଆଉ ଏବେ ହଠାତ ଟ୍ରେନ ଭିତରେ ରେଲୱେ ପୋଲିସ ହରିହରଙ୍କୁ ଗୋଇଠା ମାରୁଥିବା ଭିଡିଓ ପରିବାର ଲୋକେ ଦେଖିବାକୁ ପାଇଥିଲେ l ଏବଂ ଏହା ଦେଖିବା ପରେ ପରିବାର ଲୋକେ ବାଲେଶ୍ୱର ରେଲୱେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି l ପରିବାର ଲୋକଙ୍କର କହିବାକଥା ସରକାର ତାଙ୍କର ପୁଅକୁ ତୁରନ୍ତ ଫେରାଇଆଣିଲେ ପରିବାର ଲୋକେ ଟିକେ ଖୁସି ଅନୁଭବ କରିବେ l

ତାଙ୍କର ବାପା,ମାଆ, ତାଙ୍କ ପତ୍ନୀ ଓ ପୁଅ ତାଙ୍କୁ ଚାହିଁ ରହିଛନ୍ତି l ବାପା,ମାଆ ପୁଅ ହରିହର ସହିତ ଯୋଗାଯୋଗ କରିପାରୁନଥିବାରୁ ଦୁଃଖରେ ବାହୁନି ବାହୁନି କାନ୍ଧୁଛନ୍ତି l ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଚଳିବା ସେମାନଙ୍କ ପାଇଁ କଷ୍ଟ ହୋଇପଡୁଛି ଆଉ ସେ ହେଉଛି ତାଙ୍କ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ lରିପୋର୍ଟ- ସରତ ନାୟକ। ସୋର

Share this…
Share on Facebook

Facebook