ମୟୂରଭଞ୍ଜ-କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକ ମାନଙ୍କ ପାଇଁ ବସୁଧା ଯୋଜନା ପ୍ରଣୟନ କରିଛନ୍ତି କିନ୍ତୁ କେତେକ କ୍ଷେତ୍ରରେ ଏହାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚି ପାରୁ ନଥିବା ପରିଲକ୍ଷିତ ହେଉଛି
ଯୋଜନ ଠାରୁ ବହୁଦୂରରେ ସରକାର ଙ୍କ ବସୁଧା ଯୋଜନା । ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ କରିଥିବା ବାହସ୍ପଟ ମାରୁଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ଏସବୁ ଯୋଜନା ଫେଲ ମାରିବା ପରିଲକ୍ଷିତ ହେଉଛି। ତେବେ ଆମେ କହୁଛୁ….. ମୟୁରଭଞ୍ଜଜିଲ୍ଲା ବାବନଘାଟି ଉପଖଣ୍ଡର ବହଳଦା ବ୍ଲକ ଅନ୍ତର୍ଗତ ସସ ପଞ୍ଚାୟତର କୁଲଗୀ ଗାଁ ଲୋକଙ୍କ ଜଳ ଯାତନା କଥା କହୁଛୁ । ଏଠାରେ ପ୍ରାୟ 5000 ରୁ ଅଧିକ ଲୋକ ବସବାସ କରୁଥିବା ଗ୍ରାମବାସୀମାନେ କହୁଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଏହି ଗ୍ରାମକୁ ସ୍ବାଧୀନତାର ବହୁ ବର୍ଷ ପରେ ମଧ୍ୟ ଗାଁ ଲୋକଙ୍କ ଅଭିଯୋଗ ପରେ ବି ଏପର୍ଯ୍ୟନ୍ତ ବିକାଶ ଏଠି ସାତ ସପନ । ବର୍ଷ ବର୍ଷ ଧରି ପାଣି ଟିକିଏ ପାଇଁ ବହୁ କଷ୍ଟରେ ଜୀବନ କାଟୁଛନ୍ତି ।ଏହି ଗ୍ରାମବାସୀ ମାନେ ପରିବାର ଲୋକଙ୍କ ବିଭିନ୍ନ ସମସ୍ୟା ପ୍ରଶାସନ ଅଧିକାରୀ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ଗୁହାରୀ ଜଣାଇଥିଲେ ମଧ୍ୟ ପ୍ରତିଶ୍ରୁତି ଛଡା କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।ଏଥିସହ ଏହି ଦୁର୍ଗମ ଅଞ୍ଚଳ ଚାଲିଛି ଜଳକଷ୍ଟ । ସମସ୍ୟା ତେବେ ଏହି ଗାଁରେ ବସବାସ କରୁଥିବା ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ଅପହଞ୍ଚ ପାଲଟିଛି । ଆଜକୁ ଚାରି ବର୍ଷ ହେବ ବିଶୁଦ୍ଧ ପାନୀୟ ଜଳ ଗ୍ରାମ ବାସୀ ପାଇବା ପାଇଁ ଡହଳବିକଳ ଏବାବଦରେ ଯନ୍ତ୍ରୀଙ୍କୁ ଅବଗତ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଯାହା ଫଳରେ ପାଣି ପାଇଁ ଲୋକଙ୍କ ସମସ୍ୟା ବଢ଼ିଚାଲିଛି ଏଥିପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଗ୍ରାମ ବାସୀ ନିବେଦନ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ରୁ ତପନ କୁମାର ଦଣ୍ଡପାଟ MPX TV