ବରସୁଆଁରେ ୩୬୫ ଦିନ ରାସ୍ତା ଜାମ୍ l

ସୁନ୍ଦରଗଡ: ମୁନାଫା ଉଠାଉଛନ୍ତି ପେଟ୍ରୋଲ ଟାଙ୍କି ମାଲିକ, ଆଉ ଏ ରାସ୍ତା ଜାମ୍ ରେ ଫସି ରହୁଛି ଲୋକଙ୍କ ବହୁମୂଲ୍ଯ ସମୟ l ଅଭିଯୋଗ ପରେବି ଶୁଣୁନି ପ୍ରଶାସନ l

ଏ ଚିତ୍ର ହେଉଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ବ୍ଲକ ବରସୁଆଁ ଅଞ୍ଚଳର l ଦେଖନ୍ତୁ କିଭଳି ପଛକୁ ପଛ ଲମ୍ବା ଧାଡି ବାନ୍ଧି ଛିଡା ହେଇଛି ଲୁହା ବୋଝେଇ ଟ୍ରକ l ଉଭୟ ଖଣ୍ତାଧାର ଓ କୋଇଡା ଖଣି ଅଞ୍ଚଳରୁ ଦୈନିକ ହଜାର ହଜାର ଲୁହାପଥର ବୋଝେଇ ଟ୍ରକ ଏ ରାସ୍ତାରେ ଯିବା ଆସିବା କରେ, ହେଲେ ଗାଡିଗୁଡିକ ଏ ତେଲ ଟାଙ୍କିରେ ତେଲ ନେବାପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଲମ୍ବା ଲାଇନ ଲାଗିରହିଥାନ୍ତି l

ଯେଉଁଥିପାଇଁ ଆମ୍ବୁଲାନ୍ସ ଠୁ ନେଇ ଯାତ୍ରୀବାହୀ ବସ୍ ପର୍ଯ୍ଯନ୍ତ ଏ ରାସ୍ତା ଜାମ୍ ଭିତରେ ଫସି ରୁହନ୍ତି , ଯାହାଫଳରେ ରୋଗୀଟିଏ ଡାକ୍ତର ଖାନାରେ ସଠିକ୍ ସମୟରେ ପହଞ୍ଚିପାରୁନଥିବାବେଳେ ଯାତ୍ରୀଟିଏ ଠିକ ସମୟରେ ନିଜ ଠିକଣାରେ ପହଞ୍ଚିପାରୁନଥିବାର ଅଭିଯୋଗ ହେଉଛି l ପଛକୁ ପଛ ଲାଗି ରହୁଛି ଲୁହା ବୋଝେଇ ଟ୍ରକ ଆଉ ତାରି ଭିତରେ ଫସି ଯାଉଛି ଲୋକଙ୍କ ମୁଲ୍ୟବାନ ସମୟ ।

ସେପଟେ ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଅନେକ ବାର ଅଭିଯୋଗ କଲେଣି । କିନ୍ତୁ ପ୍ରଶାସନ ସବୁ ଜାଣି ବି ଚୁପ ରହୁଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ ଜିଲ୍ଳାପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

ସୁନ୍ଦରଗଡରୁ ରଞ୍ଜିତ ବାଗ – MPX,TV

Share this…
Share on Facebook

Facebook