ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ

ଭଞ୍ଜନଗର- କ୍ଷୁଦ୍ର ଜଳସେଚନ ବିଭାଜନ କନିଷ୍ଠ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଙ୍କ ସରକାରୀ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ର ଚଢ଼ାଉ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ।
ଆୟ ବସିଭୁତ ସମ୍ପତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଭଞ୍ଜନଗର MI ଡିଭିଜନ ର ଯନ୍ତ୍ରୀ କାର୍ତ୍ତିକେଶ୍ବର  ରାଉଳ। ଓଡିଶା ଭିଜିଲାନ୍ସ କାର୍ଯ୍ଯାଳୟ ର ପରାମର୍ଶ କ୍ରମେ 5 ଜଣ ଡି ଏସ୍ ପି  ଙ୍କ ନେତୃତ୍ଵରେ 11 ଜଣ ଇନିସପେକଟର ଙ୍କୁ ନେଇ ଭଞ୍ଜନଗର ଇରିଗେସନ କୋଲନି ଠାରେ ଥିବା ବାସ ଭବନ ,ଖଲିକୋଟ ପୌତ୍ରୀକ ବାସ ଭବନ ଓ ଭୁବନେଶ୍ବର ଖଣ୍ଡଗିରୀ ଠାରେ ଥିବା ବଡ ଅଟାଳିକା ଭଳି 6 ଟି ସ୍ଥାନରେ ଏକ କାଳିନ ଚଢାଉ ଆରମ୍ଭ ହୋଇଛି।  ଚଢାଉ ବେଳେ ଅନେକ ମାତ୍ରା , ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି .

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରୁଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏମ୍ଆଇ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍ ଚାଲିଛି । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ।ଭଂଜନଗରରେ ଥିବା ଅଫିସ୍, ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଫ୍ଲାଟ୍, କସ୍ମୋପଲିସ୍‌ରେ ଥିବା ଫ୍ଲାଟ୍, ଜାଗମରାରେ ଥିବା ତିନି ମହଲା କୋଠା, ଗଞ୍ଜାମ ଖଲ୍ଲିକୋଟର ଲଙ୍ଗଳେଶ୍ୱରରେ ଥିବା ପୈତୃକ ଘରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ।

୫ ଡିଏସ୍‌ପିଙ୍କ ସମେତ ୧୧ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।. Bhanjanagar_report_nachiketa pradhan MPX TV

Share this…
Share on Facebook

Facebook