ସୋର ମହୋତ୍ସବରେ ନାଚରେ ଗୀତରେ ଝୁମିଲେ ଦର୍ଶକ

ସୋର : ଭାଇ ଚାରା ର ସହର ସୋର ସହର ଏଠି କରୋନା କଟକଣା ହଟିବା ପରେ ଜମୁଛି ସୋର ମହୋତ୍ସବ। ସୋର କାଳିପଡିଆ ରେ ଭିଡ ଜମାଉଛନ୍ତି । ବିଭିନ୍ନ ପ୍ରକାର ଜିନିଷ କିଣାକିଣି କରିବା ସହିତ ଖାଇବାର ମଜା ନେଉଛନ୍ତି ଲୋକେ । ମେଳା ଉପଭୋଗ କରିବା ପାଇଁ ରାଜ୍ୟ ତଥା ଜିଲ୍ଲା ବାହାରରୁ ଆସୁଛନ୍ତି ଲୋକେ
।ଜମୁଛି ମହୋତ୍ସବ ରେ
ପସରା ମେଲାଇ ବସିଛନ୍ତି ୫ ଶହରୁ ଅଧିକ ବ୍ୟବସାୟୀ । କରୋନା କଟକଣା କମିବା ପରେ ଦୁଇ ବର୍ଷ ପରେ ପୁଣି ଉତ୍ସବମୁଖର ହୋଇପଡିଛି ସୋର ସହର । ଆଉ ବୁଲି ବୁଲି ମଜ୍ଜା ନେଉଛନ୍ତି ଲୋକେ । ଲୋକଙ୍କୁ ଆକୃଷ୍ଟ କରୁଛି ମେଳାରେ ପଡିଥିବା ବିଭିନ୍ନ ପ୍ରକାରର ଘରକରଣା ଜିନିଷ ସାଙ୍ଗକୁ, ନୂଆ ନୂଆ ଡିଜାଇନର ଅଳଙ୍କାର । ଏଥିସହ ଭିନ୍ନ ଭିନ୍ନ ଭେରାଇଟିର ଷ୍ଟଲ, ମିନା ବଜାର, ଇଲେକ୍ଟ୍ରୀ ଦୋଳି ଓ ଟୟ ଟ୍ରେନର ମଜ୍ଜା ନେଉଛନ୍ତି ଲୋକେ ।
ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କାଳି ପଡ଼ିଆ ଠାରେ ୧୪ ବର୍ଷ ଧରି ପାଳିତ ହୋଇଆସୁଛି ଏହି ମହୋତ୍ସବ ଓ ମେଳା ।

। ପୂର୍ବରୁ ସୋର ରାଜା ସୋର ସେନ୍ ନାମ ଅନୁସାରେଏହାକୁ ସୋର ନାମରେ ନାମିତ କରାଯାଇଛି । ଏହି ମହୋତ୍ସବ କୁ ଦେଖି ବା ପାଇଁ ବାଲେଶ୍ବର, ଜଳେଶ୍ଵର, ବସ୍ତା, ଭଦ୍ରକ, ବାସୁଦେବ ପୁର,ଇରମ,ଗୁଡୁ, ଅନନ୍ତପୁର, ମାଣିପୁର,ଖଇରା, ସିମୁଳିଆ, ଔପଦା ବ୍ଲକରୁ ଆସୁଛନ୍ତି ଦଶକ । ପ୍ରତ୍ୟେକ ଦିନ ନୁଆ ନୁଆ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ , ଅଭିନେତା ଓ କଣ୍ଠଶିଳ୍ପୀ ମାନେ ଆସୁଥିବା ରୁ ପ୍ରତି ଦିନ ଭିଡ଼ ପରିଲକ୍ଷିତ ସୋଇଥାଏ

ପୂର୍ବରୁ ୪ ଦିନ ଧରି ଚାଲୁଥିବା ଏହି ମେଳା ଏଥର୬ ଦିନ ଚାଲିବ । mpx tv

Share this…
Share on Facebook

Facebook