ଗୋଠଛଡା ଦନ୍ତା ର ଉପଦ୍ରବ; ଭାଙ୍ଗିଲା ଘର, ଖାଇଗଲା ଧାନ ଚାଉଳ

ତେଲକୋଇ: ଗୋଠଛଡା ଦନ୍ତା ର ଉପଦ୍ରବ ଥମିବାର ନାଁ ଧରୁନି।କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ଲୋକଙ୍କୁ ମାରିବା କୁ ଗୋଡାଉଛି।ସଂଧ୍ୟା ନହେଉଣୁ ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ପଶି ଆସୁଛି ଦନ୍ତା।ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ତେଲକୋଇ ରେଞ୍ଜ ଖୁଣ୍ଟାପଡା ଗାଁ ତଳସାହିରେ ପଶି ତପସ୍ବନି ସେଠୀ ଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହ ଦଇତାରି ସାହୁଙ୍କ ମୁଗବାଡି ରେ ପଶି ମୁଗ ଫସଲକୁ ନଷ୍ଟ କରିଦେଇଛି ।

ସେପଟେ ପ୍ରଶାନ୍ତ ନାୟକ ଙ୍କ ଅଟୋ କୁ ଭାଙ୍ଗି ଦେଇଛି ଦନ୍ତା।ତାଙ୍କ ଭାଇ ଅଟୋରେ ଶୋଇଥିବା ବେଳେ ପଛପଟୁ ଅଟୋ କୁ ଦାନ୍ତରେ ଭୂଷି ଦେଇଥିଲା ଦନ୍ତା ।

ଦନ୍ତା ଆକ୍ରମଣ ରୁ ଅଳ୍ପକେ ବର୍ତ୍ତିଯାଇଥିଲେ ପ୍ରଶାନ୍ତ ଙ୍କ ଭାଇ।ସେପଟେ କଦଳୀ ବଗିଚା ରେ ପଶି କଦଳୀ ଗଛକୁ ଦଳିମକଚି ନଷ୍ଟ କରିଦେଇଛି।ଘର ଭାଙ୍ଗିବା ଦେଖି ତପସ୍ବନି ନିଜର ଛୋଟ ଛୁଆଙ୍କୁ ଧରି ଦୌଡ଼ି ପଳାଇ ଯାଇଥିଲେ।ଏବଂ ସାହି ଲୋକଙ୍କୁ ଡାକିଥିଲେ ।ସାହିଲୋକେ ନିଆଁହୋଳା ସାହାଯ୍ୟ ରେ ଦନ୍ତାହାତୀ କୁ ସେଠାରୁ ଘଉଡାଇଥିଲେ ।ବନବିଭାଗ କୁ ଖବର ଦିଆଯାଇଥିଲେ ମଧ୍ୟ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି।ରିପୋର୍ଟର-ଜ୍ଞାନ ରଞ୍ଜନ ସାହୁ, ତେଲକୋଇ

Share this…
Share on Facebook

Facebook