କଙ୍କଡାହାଡ଼ ବ୍ଲକ ଉପାଧ୍ୟକ୍ଷ ପଦବୀ ବିଜେଡି ହାତେଇଲା

କଙ୍କଡାହାଡ଼; ଚଳିତ ପଞ୍ଚାୟତ ଓ ପୌର ନିର୍ବାଚନ ରେ ବିଜେଡି ବିପୁଳ ଜନସମର୍ଥନ ପାଇଁ ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି l ସେହି କ୍ରମ ରେ କଙ୍କଡାହାଡ଼ ବ୍ଲକ ଉପାଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି ଦଖଲ କରିଛି l ଦଳୀୟ ପ୍ରାଥୀ ଭାବେ ଦୀପାସାହୁ ଙ୍କୁ ଦଳ ଉପାଧ୍ୟକ୍ଷ ମନୋନୀତ କରିଛି l ଆଜି ସ୍ଥାନୀୟ ଶିବମନ୍ଦିର ଠାରୁ ହଜାର ହଜାର ସମର୍ଥକ ଙ୍କ ସହ ଏକ ବିଶାଳ ଶୋଭାଯାତ୍ରା ରେ ବ୍ଲକ କାର୍ଯ୍ୟାଳୟ ରେ ପହଂଚି ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି l

ଆଗାମୀ ଦିନ ରେ କଙ୍କଡାହାଡ଼ ସାମଗ୍ରୀକ ବିକାଶ ତଥା ରାଜ୍ୟ ସରକାର ଙ୍କ ଲୋକକଲ୍ୟାଣ କାରୀ ଯୋଜନା ଗୁଡିକ କିଭଳି ସାଧାରଣ ଲୋକ ଙ୍କ ପାଖରେ ପହଂଚି ପାରିବ ସେ ନେଇ କାର୍ଯ୍ୟ କରିବେ ବୋଲି ଦୀପା କହିଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକପ୍ରିୟତା ଓ ପରଜଙ୍ଗ ବିଧାୟକ ଡ଼ ନୃସିଂହ ଚରଣ ସାହୁ ଙ୍କ କାର୍ଯ୍ୟଦକ୍ଷତା କୁ ନେଇ ବିଜେଡି କଙ୍କଡାହାଡ଼ ରେ ବହୁ ଭୋଟ ପାଇଥିବାରୁ ସେ ସ୍ଥାନୀୟ ଜନସାଧାରଣ ଙ୍କୁ ଧନ୍ୟବାଦ ଦେଇଛନ୍ତି lହିତେନ୍ଦ୍ର ବିଶ୍ୱାଳ
Place- କଙ୍କଡା ହାଡ଼

Share this…
Share on Facebook

Facebook