ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ମଝିଗାଁ ଛକ ନିକଟସ୍ଥ ଜାତୀୟ ରାଜପଥ ୪୯ ନମ୍ଵର ପୋଲତଳେ ଏକ ଯୁବକର ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଖୁଣ୍ଟା ଥାନା ଅଂଚଳର କହ୍ନେଇବନ୍ଧ ଗ୍ରାମର ପ୍ରମୋଦ ପାତ୍ର (୩୮) ନିଜ ଭାଇ ସହ ବିଶୋଇର ନୂଆଡିହି ଗ୍ରାମରେ ରହୁଥିଲେ ।

ସକାଳେ ଗାଁ ଲୋକେ କହ୍ନେଇବନ୍ଧ ଗ୍ରାମର ପୋଲ ତଳେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋରଂଜନ ବିଶ୍ବାଳ,ଏସଡିପିଓ ରତିକାନ୍ତ ଗିରି,ବିଶୋଇ ଥାନା ଆଇଆଇସି ଫନିନ୍ଦ୍ର ଭୂଷଣ ନାଏକ, ବାରିପଦା ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା କେଶ ନଂ ୫/୨୨ ରୁଜୁ କରି ତଦନ୍ତ କରିଥିଲେ ।

ମୃତକ ବେକରେ ଦଉଡି ଦେଇ ଝୁଲିଥିଲେ । ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ ।ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ପୋଲିସର ତଦନ୍ତ ପରେ ମୃତ୍ୟୁର କାରଣ ଜଣାପଡିବ !
ମୟୁରଭଞ୍ଜ ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook