ଅନ୍ଧ ବିଶ୍ୱାସର ଅନ୍ଧ ଗୋଳିରୁ ମୁକୁଳି ପାରୁନି ମଣିଷ ।

ମୟୁରଭଞ୍ଜ- ଅନ୍ଧ ବିଶ୍ୱାସର ଅନ୍ଧ ଗୋଳିରେ ଆଜିର ମଣିଷ । ଗୁଣି ଗାରେଡିରେ ଏବେବି ଚାଲିଛି ଚିକିତ୍ସା ।ପ୍ରଶାସନ ର ଅବହେଳା ଯୋଗୁଁ ଆଜିବି ମଣିଷ ଅନ୍ଧ ବିଶ୍ଵାସ କୁ ବିଶ୍ୱାସ କରି ଆପଣେଇ ନେଉଛନ୍ତି।
କଟୁରିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହାନ୍ତି ଡାକ୍ତର, ରୋଗୀଙ୍କୁ ଭରସା ଗୁଣିଆ । ଜ୍ୱର, ଥଣ୍ଡା ସହ ପ୍ରସବ ପାଇଁ ମଧ୍ୟ ଗୁଣିଆ ଡକରା ପଡ଼ୁଛି ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଲାବନ୍ୟଦେଇପୁର ପଞ୍ଚାୟତ ଅଧିନ କାଟୁରିଆ ଗ୍ରାମର ଧନଚତୁରି ସାହିରେ । ପ୍ରଶାସନର ଅବହେଳା ଯୋଗୁଁ କାଟୁରିଆ ମେଡିକାଲରେ ଡାକ୍ତର ରହୁନାହାନ୍ତି। ଦେହ ଖରାପ ହେଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ । ଯାହାର ଫାଇଦା ଉଠାଉଛନ୍ତି ସାନ୍ତାଳୀ ଆଦିବାସୀ ସମ୍ପ୍ରଦାୟର ଗୁଣି ଗାରେଡି କରୁଥିବା ଲୋକ ।

ଯାହାକୁ ନେଇ ପ୍ରଶାସନର ଘୋର ଅବହେଳା ଅଭିଯୋଗ କରିଛନ୍ତି ଧନଚତୁରି ଗ୍ରାମବାସୀ ।ସରକାର ଯଦି ଏଇ ଆଦିବାସୀ ଅଞ୍ଚଳରେ ଥିବା କାଟୁରିଆ ମେଡିକାଲ ର ସୁବ୍ୟବସ୍ଥା କରନ୍ତି ତେବେ ଆଗାମୀ ଦିନରେ ଅନ୍ଧ ଵିଶ୍ଵାସ ଠାରୁ ଦୂରରେ ରହିବେ ଗ୍ରାମବାସୀ ଏଥିରେ ତିଲେମାତ୍ର ସନ୍ଦେହ ନାହିଁ।
ମୟୁରଭଞ୍ଜ ଜିଲ୍ଲା ସାରସ କଣା ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook