ପୁରୀ ଚନ୍ଦନପୁର ଥାନା ପୋଲିସ ଦ୍ବାରା ୬ ଡକାୟତ ଗିରଫ। ପୋଲିସ ଏହି ଅଭିଯୁକ୍ତ ମାନଙ୍କ ଠାରୁ ୨୦ ଟି ମୋବାଇଲ, ଦୁଇଟି ବନ୍ଧୁକ, ୪ଟି ବାଇକ ସହ ୩୭୩୦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ନାରାୟଣ ମଲ୍ଲିକ, ବିଜୟ ମଲ୍ଲିକ, ସତ୍ୟମ ମହାପାତ୍ର, ରାଜେଶ ପଟ୍ଟନାୟକ, ପ୍ରଶାନ୍ତ ବେହେରା ଏବଂ ଜଗୁ ନାୟକ।
ଏହି ଅଭିଯୁକ୍ତ ମାନେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଓ ଜଗନ୍ନାଥ ସଡକରେ ଯାତାୟତ କରୁଥିବା ପର୍ଯ୍ୟଟକ ଓ ଲୋକମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଜୋରଜବରଦସ୍ତ ସେମାନଙ୍କ ଠାରୁ ଟଙ୍କା, ମୋବାଇଲ ଛଡାଇ ନେଉଥିଲେ। ତେବେ ଲୁଟର ଶିକାର ହେଉଥିବା ବ୍ୟକ୍ତି ମାନେ ଥାନାରେ ଅଭିଯୋଗ କରିବା ପରେ ଚନ୍ଦନପୁର ଥାନା ପୋଲିସ ପକ୍ଷରୁ କଡା ନଜର ରଖାଯାଇଥିଲା ।
ତେବେ ଏକ ବିଶ୍ୱସ୍ତ ସୂତ୍ର ରୁ ଖବର ପୋଲିସ ଚଢ଼ାଉ କରି ଏହି ଛଅଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ କହିଛନ୍ତି।MPX TV PURI