ବିଜୁ ସେତୁ ନିର୍ମାଣ ଦାବିରେ ଗଣ ଧାରଣା

ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଚରେଇ ଅଞ୍ଚଳ ରେ ଏକ ବିଜୁ ସେତୁ ନିର୍ମାଣ ଦାବି ରେ ଦଶ ପଞ୍ଚାୟତ ର ଗ୍ରାମବାସି ଆଜି ବାରଟୁଙ୍ଗା ଠାରେ ଗଣ ବିକ୍ଷଭ କରିଛନ୍ତି l
ବାରଟୁଙ୍ଗା-ମାର୍ଶାଘାଇ ବିଜୁ ସେତୁ ପାଇଁ ପ୍ରଶାସନିକ ସ୍ଥରରେ ତର୍ଜମା ସରିଥିଲେବି ଅନେକ ଦିନ ହେବ ଏହାର କାମ ଚାଲୁ ହୋଇନାହିଁ……
ଏନେଇ ଆଜି ପୂର୍ବତନ ଖଦି ବୋର୍ଡ ଅଧକ୍ଷ ତେଜେଶ୍ୱର ପରିଡା ଙ୍କ ନେତୃତ୍ୱ ରେ ବଚରେଇ, ବନ୍ଧକଟା, ବାହାକଣ୍ଡିଆ, ବାରଟୁଙ୍ଗା, କଳପଡା, ଆଖୁଆ, ମେହେନ୍ଦି ନଗର ଆଦି ଅଞ୍ଚଳ ର ଅନେକ ଅଞ୍ଚଳବାସି ଏହି ଗଣ ବିକ୍ଷଭ ରେ ଯୋଗ ଦେଇଛନ୍ତି l
ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ ସମେତ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ଅତିରିକ୍ତ ଶାସନ ସଚିବ ଙ୍କ ସହ ମଧ୍ୟ ଏହି ସେତୁ ନିର୍ମାଣ ପାଇଁ ତେଜେଶ୍ୱର ପରିଡା ଆଲୋଚନା କରିଥିଲେ l
ଏହି ସେତୁ ଲୁଣା ନଦୀ ଉପରେ ନିର୍ମାଣ କରାଯାଉ ବୋଲି ଦାବି ରଖିଛନ୍ତି ଶ୍ରୀ ପରିଡା… ସେତୁ ଦ୍ୱାରା ମାର୍ଶାଘାଇ ର ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତ ପଞ୍ଚାୟତ ସମେତ ଆଖୁଆ, ପରିକୁଳl, ପିଙ୍କିରାଳୀ, ତlଳସଙ୍ଘା ଅଞ୍ଚଳ ର ବାସିନ୍ଧା ସିଧା ସଳଖ କମ ଦୂରତା ବ୍ୟବଧାନ ରେ ମାର୍ଶାଘାଇ ତହସିଲ, ବ୍ଲକ, ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଓ ମହାବିଦ୍ୟାଳୟ କୁ ଯାଇପାରିବେ l
ସେତୁ ନଥିବା ହେତୁ ନଦୀ ପାରି ହେବାକୁ ବହୁ ଦୂରରେ ଥିବା କଳପଡା ସେତୁ ଉପରେ ନିର୍ଭର ଶିଳ ଅଛନ୍ତି ଏହି ଅଞ୍ଚଳ ର ବାସିନ୍ଧା ଫଳରେ ନଦୀ ଆର ପାରି ରେ ମାତ୍ର ଚାରି କିଲୋ ମିଟର ବ୍ୟବଧାନ ରେ ଥିବା ମାର୍ଶାଘାଇ ମୁଖ୍ୟ ବଜାରକୁ କଳପଡା ସେତୁ ଦେଇ ଯିବାକୁ କୋଡିଏ ରୁ ପଚିଶି କିଲୋ ମିଟର ବାଟ ଅତିକ୍ରମ କରିବାକୁ ପଡୁଛି.. ଛାତ୍ର ଛାତ୍ରୀ ମାନେ ପାଠ ପଢିବାକୁ ଯିବାପାଇଁ ଅସୁବିଧା ଭୋଗୁଛନ୍ତି.
କିନ୍ତୁ ଏହି ସେତୁ ନିର୍ମାଣ ହେଲେ ଲୁଣା ଓ ଚିତ୍ରୋତ୍ପଳା ନଦୀ ମଧ୍ୟରେ ଥିବା ଅଧିବାସୀ ଙ୍କ ସମେତ ତିର୍ତୋଲ ଅଞ୍ଚଳ ରୁ ଆସୁଥିବା ଲୋକ ମଧ୍ୟ ସହଜରେ ମାର୍ସାଘାଇ ଓ କେନ୍ଦ୍ରାପଡ଼ା ସହ ସଂଯୋଗ ହୋଇପାରିବେ ବୋଲି ତେଜେଶ୍ୱର ପ୍ରତିକ୍ରିୟା ରେ କହିଥିଲେ l

Share this…
Share on Facebook

Facebook