ରାଉରକେଲା: ନା ରକ୍ତ ସମ୍ପର୍କ ନା ବନ୍ଧୁବାନ୍ଧବ , ତଥାପି ଅଚିହ୍ନା ଅଜଣା ମୃତ ଶରୀରକୁ କାନ୍ଧେଇ ରାମ ନାମ ଜପି ଶବ ସତ୍କାର କରିଛନ୍ତି ପୋଲିସ ବାବୁ l ଏ ଭିଡିଓ ଟି ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଥିବାବେଳେ, ଉକ୍ତ ପୋଲିସ ବାବୁଙ୍କୁ ଅନେକ ପ୍ରଶଂସାର ସୁଅ ଛୁଟୁଛି l
ତେବେ ଏ ପୋଲିସ ବାବୁ ହେଉଛନ୍ତି ରାଉରକେଲା ପୋଲିସ ଜିଲ୍ଲା କେ ବଲାଙ୍ଗ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ବାଇଁ l କେ ବଲାଙ୍ଗ ଥାନା ଇଲାକା ବିମଳାଗଡ ଅଞ୍ଚଳରେ ଜଣେ ବୃଦ୍ଧା ଭିକ୍ଷାବୃତ୍ତି କରି ରହୁଥିଲେ, ହେଲେ କୌଣସି କାରଣ ବସତଃ ତାଙ୍କର ଦେହାନ୍ତ ହୋଇଥିଲା, ତେବେ ଅଞ୍ଚଳରେ ବୃଦ୍ଧା ଜଣଙ୍କର ସବ ସତ୍କାର ପାଇଁ କେହି ଆସିନଥିବାବେଳେ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ବାଇଁ ଓ ତାଙ୍କ ସହଯୋଗୀ ଆସି ଶବଟିକୁ ନିଜ କାନ୍ଧରେ ନେଇ ଶବ ସତ୍କାର କରିଥିବା ଜଣାପଡିଛି l ତେବେ ଏ ଘଟଣାକୁ ନେଇ ସୋସିଆଲ ମିଡିଆରେ ବେସ୍ ପ୍ରସଂଶାର ସୁଅ ଛୁଟୁଥିବାବେଳେ ଅନେକ ତାଙ୍କୁ ସାଧୁବାଦ ଜଣାଉଛନ୍ତି .mpx tv