ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା; ରୋଷଘରେ ପ୍ରାୟ 40ରୁ ଉର୍ଦ୍ଧ୍ବ ଚୁଲି ଭାଙ୍ଗିଲେ ଦୁର୍ବୁତ୍ତ

,ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା। ରୋଷଘରେ ପ୍ରାୟ 40ରୁ ଉର୍ଦ୍ଧ୍ବ ଚୁଲି ଭାଙ୍ଗିଲେ ଦୁର୍ବୁତ୍ତ। ଆନନ୍ଦବଜାରରେ ବ୍ଯବସାୟିକ ଶତୃତାକୁ କେନ୍ଦ୍ରକରି ଚୁଲି ଭଙ୍ଗାଯାଇଥିବା ଆଶଙ୍କା। ଗତକାଲି ରାତିରେ ଘଟିଛି ଘଟଣା। ମହାପ୍ରଭୁଙ୍କ ବଡସିଂହାର ବେଶ ପରେ ପହୁଡ ନିତି ସମୟରେ ରୋଷଘର ଧୋପଖାଳ ହେବା ପରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅନୁମାନ କରୁଛି ପୁଲିସ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣାର ଚାଲିଛି ଛାନବିନ।

ପ୍ରଶାସନ ର ସୂଚନା ଅନୁଯାୟୀ 240 ଚୁଲା ରୁ 40 ଟି ଚୁଲା ଭଙ୍ଗା ଯାଇଛି । ସେପଟେ କିନ୍ତୁ ସୁଆର ମହା ସୁଆର ନିଯୋଗ କହୁଛି ଅଧିକ ଚୁଲା ଭଙ୍ଗା ଯାଇଛି । ଏଥିରେ ମହାପ୍ରଭୁଙ୍କ ଲାଗି ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ବିଶେଷକରି ବରାଦି ଭୋଗ ପ୍ରସ୍ତୁତି ହୋଇଥାଏ।ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଯାଇ କରୁଛନ୍ତି ତଦନ୍ତ।,,ଘଟଣା ର ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ,laxman ponda mpx tv

Share this…
Share on Facebook

Facebook