ରୋଜଗାରର ମାଧ୍ୟମ ପାଲଟିଛି ମହୁଲ ଫୁଲ

 

ମୟୁରଭଞ୍ଜ– ମହୁଲ ଫୁଲ କାହା ପାଇଁ ମହୁଲି ନିଶା ତ କାହା ପାଇଁ ଭାତ ହାଣ୍ଡି ,ମହୁଲ ଫୁଲରେ ହସୁଛି ମହୁଲ ଗଛ , ଏବେ ଚାଲିଛି ମହୁଲ ଫୁଲର ସଂଗ୍ରହ ଋତୁ । କିଏ ମହୁଲ ଫୁଲ ସଂଗ୍ରହ କରି ଦାଣ୍ଡ ଦୁଆରେ ସୁଖାଉଛି ତ ଆଉ କିଏ ମହୁଲ ଫୁଲ ଗୋଟେଇବାରେ ବେସ୍ତ ,ଚାରିଆଡେ ମହୁଲ ଫୁଲରେ ମହକୁଛି ବନ ପାହାଡ ଗାଁ ଦାଣ୍ଡ । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଏହି ଜିଲ୍ଲାରେ ପ୍ରାୟ 69.90% ଆଦିବାସୀ ଲୋକ ବସବାସ କରୁଛନ୍ତି ।ତେବେ ଆମେ କହୁଛୁ ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ୧୭ ଗୋଟି ପଞ୍ଚାୟତ ଗରିବ ଆଦିବାସୀ ଲୋକଙ୍କ ମହୁଲ ,କେନ୍ଦୁ, ଓ ବିଭିନ୍ନ ବନ ଜାତ ଦ୍ରବ୍ୟ ସଂଗ୍ରହ କରିବା କଥା ।ଜଙ୍ଗଲ କୁ ଯାଇ ମହୁଲ ପୁଲ ସଂଗ୍ରହ କରୁଛନ୍ତି । ଚଳିତ ବର୍ଷ ମହୁଲ ଗଛରେ ଭଲ ମହୁଲ ଫୁଲ ଦେଖିବାକୁ ମିଳିଛି ।ପ୍ରତି ଦିନ ଭୋରରୁ ପୁରୁଷ ଓ ମହିଳାମାନେ ନିଜ ଛୁଆଙ୍କ ସହିତ ଯାଇ ମହୁଲ ଫୁଲ ସଂଗ୍ରହ କରିବାକୁ ଜଙ୍ଗଲ କୁ ଯାଇଥାନ୍ତି । ଏ ମହୁଲ ଫୁଲ କାହା ପାଇଁ ମହୁଲି ନିଶା ତ କାହା ପାଇଁ ଭାତ ହାଣ୍ଡି । ଭଲ ଦୁଇ ପଇସା ରୋଜଗାର ପାଇଁ ଜଙ୍ଗଲ ରେ ବୁଲି ବୁଲି ମହୁଲ ଫୁଲ ସଂଗ୍ରହ କରୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ।

ଘରେ ମହୁଲକୁ ସୁଖେଇ ବେପାରୀ ମାନଙ୍କୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି । ତେବେ ପରିଶ୍ରମର ଅନୁଯାୟୀ ଉଚିତ ମୂଲ୍ୟ ପାଉ ନ ଥିବା କହିଛନ୍ତି । ଘରେ ଘରେ ଏବେ ମହୁଲ ଫୁଲ ଶୁଖୁଥିବା ଦେଖିବାକୁ ମିଳୁଛି। ସେମାନେ କହିବା କଥା ଗୋଟିଏ ବଡ ମହୁଲ ଗଛରୁ ଦିନକୁ ପ୍ରାୟ ୪ କେଜିରୁ ୬କେଜି ମହୁଲ ଫୁଲ ଝଡିଥାଏ । ଆଉ ଗୋଟିଏ ଗଛରେ ୩୦ରୁ ୪୦ ଦିନ ପର୍ଯ୍ୟନ୍ତ ଫୁଲ ଫୁଟିଥାଏ । ତେବେ ଦୁଃଖ ଓ ପରିତାପର ବିଷୟ
ଜଙ୍ଗଲଜାତ ଦ୍ରବ୍ୟ ଉପରେ ସେମାନଙ୍କ ଜୀବିକା ନିର୍ଭର କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏହାର ବିକ୍ରି ବଟା ଲାଗି ସ୍ବତନ୍ତ୍ର ବଜାର ବ୍ୟବସ୍ଥା କରାଯାଇ ନାହିଁ । ସମୟ ଓ ବଜାର ମୁଲ୍ୟ ଅନୁସାରେ କେବେ କିଲୋ ପ୍ରତି
୩୦ ଟଙ୍କା ତ ଆଉ କେତେ ବେଳେ ତାହା ବୃଦ୍ଧି ପାଇ ୪୦ଟଙ୍କା ହୋଇଥାଏ ।

ତେବେ ବର୍ତ୍ତମାନ ମହୁଲ ଫୁଲର ବଜାର ମୂଲ୍ୟ ଭଲ ଚଢ଼ା ଦାମ ଥିବାରୁ ମହୁଲ ସଂଗ୍ରହ କରି ନିଜ ଉପାର୍ଜନକୁ ବଜାଇବା ପାଇଁ ସକାଳ ହେଲା ମାତ୍ରେ ମହୁଲ ଗଛ ମୂଳରେ ଭିଡ ଜମୁଥିବା ଦେଖୁକୁ ମିଳୁଛି । ଏବେ ବାହାର ରାଜ୍ୟର ବେପାରୀ ଏଠାରେ ଡେରା ପକାଇଛନ୍ତି। ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହିତ ମହୁଲ ଗଛ ଲଗାଇବା ପାଇଁ ବ୍ୟବସ୍ଥା କଲେ  ପରିବେଶ ସୁରକ୍ଷିତ ହେବା ସହ ଆଦିବାସୀଙ୍କ  ଘରେ ସଂସ୍କୃତି, ପରମ୍ପରା ଓ ଅର୍ଥନୀତି ଅଖୁଣ୍ଣ
ରହିପାରିବ ବୋଲି ପରିବେଶବିତ ମତ ପ୍ରକାଶ କରିଛନ୍ତି ।

ସାରସକଣା ଓ ବାଙ୍ଗିରିପୋଷି ଅଞ୍ଚଳର ବହୁ ଗରିବ ଆଦିବାସୀ ମହୁଲ ଫୁଲ ସଂଗ୍ରହ କରି ବର୍ଷଯାକ ନହେଲେ ମଧ୍ୟ ଅନ୍ତତଃ କିଛି ଦିନ ନିଜ ନିଜର ପରିବାର ଚଳାନ୍ତି । ତେଣୁ ମହୁଲଫୁଲ ଗଛ ରେ ଫୁଟୁଥିବା ଏକ ପ୍ରଜାତିର ଫୁଲ ହୋଇ ରହିନାହିଁ ବର କିଛି ଲୋକଙ୍କ ପାଇଁ ଭାତ ହାଣ୍ଡି ପାଲଟିଛି ।ରିପୋର୍ଟର–ମୟୁରଭଞ୍ଜ ସାରସକୋଣା ରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook