ଦୁବାଇରେ ସମ୍ମାନିତ ହେଲେ ଓଡିଆ ଶିକ୍ଷକ, ବିଶ୍ବର ଶ୍ରେଷ୍ଠ ଶିକ୍ଷକ ପୁରଷ୍କାର ।

ସୁଦୁର ଦୁବାଇ ମାଟିରେ ସମ୍ମାନିତ ହେଲେ ଜଣେ ଓଡିଆ ଶିକ୍ଷକ । ଆନ୍ତର୍ଜାତିକ ଶିକ୍ଷା ଶିଖର ସମ୍ମିଳନୀରେ ତାଙ୍କୁ ମିଳିଛି ବିଶ୍ବର ଶ୍ରେଷ୍ଠ ଶିକ୍ଷକ ପୁରଷ୍କାର । ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ କରଞାବିନ୍ଧା କ୍ଷେତ୍ରମୋହନ ଉଚ୍ଚ ବିଦ୍ୟାପିଠର ଶିକ୍ଷକ ପିତାମ୍ବର ଖିଲାର । ଗତ ୨୭ ତାରିଖରେ ଦୁବାଇରେ ହୋଇଥିବା ଆନ୍ତର୍ଜାତିକ ଶିକ୍ଷା ସମ୍ମିଳନୀରେ ବିଶ୍ବର ୧୨୬ଟି ଦେଶ ଭାଗ ନେଇଥିଲେ ।

ଦିର୍ଘ ୬ ଦିନ ଧରି ବର୍ତ୍ତମାନର ଶିକ୍ଷା ଓ ତା’ର ସମସ୍ୟା ଓ ସମାଧାନ, ଶିକ୍ଷାର ଭବିଷ୍ଯତ, ନୂତନ ଶିକ୍ଷାନୀତି, ପାଠ୍ୟଦାନର ସମସ୍ୟା ଓ ତା’ର ପ୍ରତିକାର, ପୂରାତନ ପାଠ୍ୟକ୍ରମ ଶୈଳୀର ପରିବର୍ତ୍ତନ, ବିଶ୍ବ ଜଗତିକରଣ ଢଞ୍ଚାରେ ଶିକ୍ଷାକୁ କିପରି ପ୍ରସ୍ତୁତ କରିହେବ, ବିଶ୍ବର ସାମାଜିକରଣ ଓ ଅର୍ଥନୈତିକ ବିକାଶରେ ଶିକ୍ଷାର ଭୂମିକା ବିଷୟରେ ଆଲୋଚନା କରାଯାଇଥିଲା । ଭାରତରୁ ଓଡିଆ ଶିକ୍ଷକ ପିତାମ୍ବର ଖିଲାର ଏହି ସମ୍ମିଳନୀରେ ପ୍ରତିନିଧିତ୍ବ କରିଥିଲେ ।

ଏହି ସମ୍ମିଳନୀରେ ପିତାମ୍ବର ଖିଲାରଙ୍କ ଶିକ୍ଷା ଉପରେ ଗବେଷଣା ସନ୍ଦର୍ଭ ଟି ସ୍ଥାନ ପାଇଥିଲା ଯାହାର ନାମ ଥିଲା Pendamic against digital education ଏହି ବିଷୟଟି ଉପସ୍ଥାପିତ କରି ସମସ୍ତଙ୍କ ଚର୍ଚ୍ଚାରେ ଆସିପାରିଥିଲେ । ଏଥିପାଇଁ ତାଙ୍କୁ ଆନ୍ତର୍ଜାତିକ The most innovative teacher ପୁରଷ୍କାର ପ୍ରଦାନ କରାଯାଇଛି । ଏହି ପୁରଷ୍କାର ଆମେରିକାର ଶିକ୍ଷାମନ୍ତ୍ରୀ ଏଲିଜାବେଥ୍ ଡି ଡେଭୋସ୍ ଏବଂ ଦୁବାଇର ଶିକ୍ଷା ମନ୍ତ୍ରୀ ଅହମ୍ମଦ ବିନ ଅବ୍ଦୁଲ୍ଲା ହୁମେଦ୍ ବେଲହୁଲ ଅଲ ଫଲାସି ଭାରତର international innovative future education summit director ପାଲକ ଅଭସ୍ତି ଙ୍କ ଉପସ୍ଥିତିରେ ତାଙ୍କୁ ଟ୍ରଫି ସହ ମାନପତ୍ର ଓ ୨ ହଜାର ଆରବ ଡଲାର୍ ମଧ୍ୟ ପ୍ରଦାନ କରାଯାଇଛି । ଦେଶର ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ତାଙ୍କର ଏହି ଗବେଷଣା ମାଧ୍ୟମରେ ପଲ୍ଲିରୁ ଦିଲ୍ଲୀ ପୁଣି ଦିଲ୍ଲୀରୁ ଦୁବାଇରେ ଆନ୍ତର୍ଜାତିକ ଶିକ୍ଷା ଶିଖର ସମ୍ମିଳନୀରେ ଯୋଗ ଦେଇ The most innovative teacher ପୁରଷ୍କାର ଭଳି ସୁନାମ ଅର୍ଜନ କରିଛନ୍ତି । ଏହି ଖବର ମିଳିବା ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛା ର ସୁଅ ଛୁଟିଛି ।ରିପୋର୍ଟ -ସରତ ନାୟକ ଙ୍କ ରିପୋର୍ଟMPX TV

Share this…
Share on Facebook

Facebook