ପରଜଙ୍ଗ ଥାନା ଅଧୀନରେ ଥିବା କଟାବାହାଳ ଗ୍ରାମର ଏକ ବିଭତ୍ସ ହତ୍ୟାକାଣ୍ଡ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କଟାବାହାଳ ଗ୍ରାମରେ ଏକ ହତ୍ୟା ହୁଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ କଟାବାହାଳ ଗ୍ରାମର ରମେଶ ଚନ୍ଦ୍ର ଦେହୁରୀ ଯାହାଙ୍କ ବୟସ ୬୪ ବର୍ଷ ଏବଂ ପିତାଙ୍କ ନାମ ଚୈଧରୀ ଦେହୁରୀ । ଆଜି ୧୨ ଘଟିକା ସମୟରେ ଏହି ମଡର ମୂଖ୍ୟ ଅଭିଯୁକ୍ତ ବଗଲା ବାରିକ ବୟସ ୩୬ବର୍ଷ ପିତା ଲଳିତ ବାରିକ ଏବଂ ସନ୍ତୋଷ ବାରିକ ବୟସ ୩୩ ବର୍ଷ ପିତା ଛବି ବାରିକ ଙ୍କ ମଦ୍ୟରେ କିଛି ବଚସା ହେଇଥିଲା । ଏଥିରେଏକ କାଠ ଫାଳିଆରେ ରମେଶଙ୍କ ମୁଣ୍ଡକୁ ଏକ ଶକ୍ତ ପ୍ରହାର କରିଥିଲେ । ଉଭୟ ପାଟରପଦା ଗ୍ରାମରୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି କରିଛି। ନିଶାଶକ୍ତ ଅବସ୍ଥାରେ ଥାଇ ଏହି ତୁମୂଳ କାଣ୍ଡ ଭିଆଇ ଛନ୍ତି ବୋଲି ଜଣା ପଡିଛି । କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଅଭିଯୁକ୍ତ ମାନେ ଗୋଟିଏ କାଠ ଫାଳିଆ ରେ ମୁଣ୍ଡ କୁ ସକ୍ତପାହାର ଦେଇଥିଲେ ରକ୍ତସ୍ରାବ ବୋହିବାର ଦେଖି ଉଭୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ଉଦ୍ୟମରେ ମୂଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି। ରମେଶ ଚନ୍ଦ୍ର ଦେହୁରୀ ଙ୍କ ମରଶରୀରକୁ କାମାକ୍ଷାନଗର ମେଡିକାଲ ବ୍ୟବଚ୍ଛେଦ କରାଯାଇଥିଲା।Reporter – ପ୍ରଶାନ୍ତ କୁମାର ସାହୁ MPX TV

Share this…
Share on Facebook

Facebook