ଗୁଣ୍ଡା ସାଜିବେ କି ଗୁରୁ ! କାହିକି ଦେଲେ ହତ୍ୟା ଧମକ ?

କେନ୍ଦ୍ରାପଡ଼ା: ସାମ୍ବାଦିକ ଙ୍କୁ ରାସ୍ତା ରେ ଅଟକାଇ ହତ୍ୟା ଧମକ l ଖବର ପ୍ରସାରଣ କରିବାକୁ ଆକ୍ରୋଶ ରଖି ହତ୍ୟା ଧମକ ଦେଲେ ଦୁର୍ବୁତ୍ତ l ରାସ୍ତା ମଝିରେ ସାମ୍ବାଦିକ ଙ୍କୁ ମାଡ଼ ମାରିଛନ୍ତି ମଧ୍ୟ ଦୃବୁତ l
କେନ୍ଦ୍ରାପଡ଼ା ଫୋକସ ପ୍ଲସ ୱେବ ପୋର୍ଟାଲ ର ସାମ୍ବାଦିକ ଙ୍କୁ ସରପଞ୍ଚ ଙ୍କ ସ୍ୱାମୀଙ୍କ ସହଯୋଗୀ ଦେଲେ ହତ୍ୟା ଧମକ l ପଦ୍ମପୁର ପଞ୍ଚlୟତ ସରପଞ୍ଚଙ୍କ ସ୍ୱାମୀ ତଥା ସରକାରୀ ଶିକ୍ଷକ ନିଜ ଡିଉଟି ରେ ଖିଲାପ କରି ପଞ୍ଚାୟତ କାର୍ଯ୍ୟାଳୟ ରେ ହସ୍ତକ୍ଷପ କରୁଥିବା ଭିଜୁଆଲ ଉତ୍ତଳନ କରି ଖବର ପ୍ରସାରଣ କରିବାରୁ ଆକ୍ରୋଶ ରଖି ହତ୍ୟା ଧମକ ଦିଆଯାଇଛି l ଏନେଇ ସାମ୍ବାଦିକ ଜଣଙ୍କ ପାଟକୁରା ଥାନାରେ ଏତଲା ଦେଇଛନ୍ତି l
ଗରଦପୁର ବ୍ଲକ ପଦ୍ମପୁର ପଞ୍ଚlୟତ ସରପଞ୍ଚ ଅନୁସୟା ବେହେରା ଙ୍କ ସ୍ୱାମୀ ନିମାଇଁ ଚରଣ ବେହେରା ଯିଏ କି ଜଣେ ସରକାରୀ ଶିକ୍ଷକ, ସେ ନିଜ ଡିଉଟି ରେ ଖିଲାପ କରି ପଞ୍ଚାୟତ କାର୍ଯ୍ୟାଳୟ ରେ ନିଜ ସରପଞ୍ଚ ସ୍ତ୍ରୀଙ୍କ ସହ ରହି ହସ୍ତକ୍ଷପ କରୁଥିବା ବେଳେ ବିଦ୍ୟାଳୟ ରେ ଅନୁପସ୍ଥିତ ଥିଲେ l ଏହି ଘଟଣା ର ଭିଜୁଆଲ ଉତ୍ତଳନ କରି ଖବର ପ୍ରସାରଣ କରିଥିଲେ କେନ୍ଦ୍ରାପଡ଼ା ର ଫୋକସ ପ୍ଲସ ୱେବ ପୋର୍ଟାଲ ସାମ୍ବାଦିକ ମୁକ୍ତେଶ୍ଵର ସ୍ୱାଇଁ..ତା ସହ ଅନେକ ଗଣମାଧ୍ୟମ ଏହି ଖବର ମଧ୍ୟ ପ୍ରସାରଣ କରିଥିଲେ l ଖବର ପ୍ରସାରଣ ସହ ଉକ୍ତ ପଦ୍ମପୁର ପଞ୍ଚାୟତ ର ପୂର୍ବ ସରପଞ୍ଚ ନିମlୟୀ ଚନ୍ଦ୍ର ବେହେରା ଙ୍କ ବିରୁଦ୍ଧରେ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପାଳ ଓ 5T ରେ ଅଭିଯୋଗ କରିଥିଲେ ବର୍ତମାନ ନିମlୟୀ ଚନ୍ଦ୍ର ବେହେରା ମାର୍ଶାଘାଇ ସ୍ଥିତ ମଙ୍ଗରାଜ ପୁର ଉଚ୍ଚାପ୍ରଥମିକ ବିଦ୍ୟାଳୟ ରେ ଶିକ୍ଷକତା କରୁଛନ୍ତି i
ଫଳରେ ମୁକ୍ତେଶ୍ଵର ଙ୍କ ଉପରେ ଆକ୍ରୋଶ ରଖି ହତ୍ୟା ଧମକ ଦିଆଯାଇଛି ଓ ବିଚ ରାସ୍ତା ରେ ଆକ୍ରମଣ କରାଯାଇଛି lମୁକ୍ତେଶ୍ଵର ସ୍ୱାଇଁ ମଧ୍ୟ ସେଇ ପଦ୍ମପୁର ପଞ୍ଚାୟତ ର ବାସିନ୍ଦା ହୋଇଥିବାରୁ ଅlଜି ସେ ଖବର ସଂଗ୍ରହ ପାଇଁ ଘରୁ ବାହାରୁଥିବା ସମୟରେ କିଛି ବାଟ ବ୍ୟବଧାନ ରେ ତାଙ୍କୁ ସରପଞ୍ଚ ଙ୍କ ସ୍ୱାମୀ ନିମାଇଁ ଚରଣ ବେହେରା ଙ୍କ ସହଯୋଗୀ ତଥା ସମର୍ଥକ ନିରଞ୍ଜନ ପରିଡା ଓ ରଘୁନାଥ ବାରିକ ରାସ୍ତା ରେ ଅଟକାଇ ଆକ୍ରୋଶ ମୂଳକ ଭାବେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ.ଓ ଆକ୍ରମଣ ମଧ୍ୟ କରିଥିଲେ l
ଏନେଇ ଆଜି ମୁକ୍ତେଶ୍ଵର ସ୍ୱାଇଁ ପାଟକୁରା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି.
ତେବେ ଖବର ପ୍ରସାରଣ ପରେ ଆକ୍ରୋଶ ମୂଳକ ଭାବେ ସାମ୍ବାଦିକ ଙ୍କୁ ଏଭଳି ଆକ୍ରମଣ ଓ ଧମକ କେଉଁ ଠି ନା କେଉଁଠି ସୁରକ୍ଷା ବ୍ୟବସ୍ତା ଉପରେ ପ୍ରଶ୍ନ ଚି଼ହ୍ନ ସୃଷ୍ଟି କରିଛି l

Share this…
Share on Facebook

Facebook