ବ୍ରହ୍ମପୁର ଆମ୍ବପୁଆ ରିଜର୍ଭ ପୋଲିସ୍ ପଡିଆ ଠାରେ ୮୭ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଆୟୋଜିତ

ବ୍ରହ୍ମପୁର,୦୧/୦୪/୨୨(ବନିତା ବେହେରା): ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ୍ ପ୍ରତିଷ୍ଠା ହେଇଥିଲା । ସେବା ଜଗାଇବା ସହିତ ସମାଜରେ ନିରପେକ୍ଷତା ଏବଂ ସୁରକ୍ଷା ପ୍ରଦାନରେ ପୋଲିସ୍ ବାହିନୀ ଗୁରୁ ଦାୟିତ୍ଵ ତୁଲାଉଛି । ଏଥିପାଇଁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ । ଜନସାଧାରଣଙ୍କ ସହଯୋଗରେ ପୋଲିସ୍ ଦକ୍ଷତା ଓ ମନ ବଳ ବୃଦ୍ଧି ପାଇଥାଏ । କାରଣ ପୋଲିସର ଦକ୍ଷତା ସର୍ବସାଧାରଣ ସହଯୋଗ ଉପରେ ନିର୍ଭର କରେ । ଆଜି ବ୍ରହ୍ମପୁର ଏସ.ପି ପିନାକ ମିଶ୍ରଙ୍କ ସଂଯୋଜନାରେ ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ୍ ପଡିଆ ଠାରେ ଆୟୋଜିତ ୮୭ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଯୋଗ ଏଭଳି ଉଡବୋଧୋନୋ ଦେଇଛନ୍ତି । ବ୍ରହ୍ମପୁର ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ ପ୍ୟାରଡରେ ଦକ୍ଷିଣାଞ୍ଚଳ ଆଇଜି ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରେ ପ୍ରଂଶସନିୟ କାର୍ଯ୍ଯ କରିଥିବା ୭ଜଣ ଅଧିକାର ଓ କର୍ମଚାରୀଙ୍କୁ ପୁରସ୍କାର କରାଯାଇଥିଲା । ଏହି ଅବସରେ ପ୍ରଂଶସନୀୟ କାର୍ଯ୍ଯ ପାଇଁ ଚଳିତ ବର୍ଷ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଶ୍ରେଷ୍ଠ ଇନ୍ସପେକ୍ଟର ଭାବେ ସଦର ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କୁ (୨୦୧୯ ବ୍ୟାଚ୍) ବିବେଚିତ କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଶ୍ରେଷ୍ଠ ସବଇନ୍ସପେକ୍ଟର ଭାବେ ବଳଭଦ୍ର ଗଣ୍ଡ (ଦିଗପହଣ୍ଡି ଥାନା,୨୦୧୫ ଵ୍ୟାଚ୍), ଶ୍ରେଷ୍ଠ ଆସିଷ୍ଟାଣ ସବଇନ୍ସପେକ୍ଟର ଟୁନିମା ଦେବୀ ( ବୈଦ୍ୟନାଥପୁର ଥାନାର ୨୦୧୦ ବ୍ୟାଚ) , ଶ୍ରେଷ୍ଠ ହାବିଲଦାର ଦୁଟିକୃଷ୍ଣ ସେଠୀ ( ଆରକ୍ଷୀ କାର୍ଯ୍ୟାଳୟ ୨୦୦୮ ବ୍ୟାଚ), ଶ୍ରେଷ୍ଠ ଓ.ଆର କନେଷ୍ଟବଳ ତାରାପ୍ରସାଦ ହୋତା ( ବଡ଼ବଜାର ଥାନା ୧୯୯୫ ବ୍ୟାଚ), ଶ୍ରେଷ୍ଠ ଏ.ପି. ଆର କନେଷ୍ଟବଳ ନରସିଂହ ସେଠୀ,( ଆରକ୍ଷୀ କାର୍ଯ୍ୟାଳୟ ୨୦୧୩), ଶ୍ରେଷ୍ଠ ଟ୍ରାଫିକ କନଷ୍ଟେବଳ ଭାବେ ୨୦୧୩ ବ୍ୟାଚର କୁନି କୁମାରୀ ପାଣଗ୍ରାହୀଙ୍କୁ ପୁରସ୍କୃତ କରାଯାଇଥିଲା । ବ୍ରହ୍ମପୁର ଜିଲ୍ଲା ପୋଲିସ୍ ଦାୟିତ୍ଵ ଭାର ଓଡିଶା ପୋଲିସ୍ ଉପରେ ଥିବା ବେଳେ ସେମାନଙ୍କ ଧନଜୀବନ ସୁରକ୍ଷା ନେଇ ଅଭିଭାଷଣ ରଖିଲେ ଏବଂ ପୋଲିସ୍ ବିଭାଗ ଗଠନ ର ମହତ୍ତ୍ଵ ଏବଂ ସେମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ କହିବା ସହ ଲୋକଙ୍କ ହିତରେ କାମ କରି ବିଶ୍ଵାସଭାଜନ ହେବା ପାଇ ଆଇଜି ଆହ୍ବାନ ଦେଇଥିଲେ। ଏହି ଅବସରରେ ଆଇଜି ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଢ଼ିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି,ଜନତା ହଉଛନ୍ତି ମାଲିକ । ଏଇ ଭାବନା ନେଇ ପୋଲିସ୍ କାମ କରୁ । ବୃତ୍ତିଗତ ଦକ୍ଷତା ସହ କମୋ କରୁ ପୋଲିସ୍ । ଏହି ଅବସରରେ ହାଇୱେ ପେଟ୍ରୋଲି° ଗାଡ଼ିର ଶୁଭ ଉଦଘାଟନ କରିଥିଲେ। ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ ଏସପି ପିନାକ ମିଶ୍ର । ଆଜିର ଏହି ୮୭ତମ ଓଡ଼ିଶା ପୋଲିସ୍ ପ୍ରତିଷ୍ଠା ଦିବସରେ ବ୍ରହ୍ମପୁର ଅତିରିକ୍ତ ଏସ.ପି ରମେଶ ଚନ୍ଦ୍ର ସେଠୀ,ଟାଉନ ଏସ ଡିପିଓ ବିଷ୍ଣୁ ପ୍ରସାଦ ପତି , ସଦର ଏସଡ଼ିପିଓ ଶିବଶଙ୍କର ମହାପାତ୍ର, ଟ୍ରାଫିକ ଡିଏସପି ସ୍ବରାଜ ଦେବତା, ଡିଏସପି ବିମାଳକାନ୍ତ ନାୟକ, ରିଜର୍ଭ ଇନ୍ସପେକ୍ଟର ଦିଲ୍ଲୀପ କୁମାର ବେହେରା,ବୈଦ୍ୟନାଥପୁର୍ ଥାନା ଅଧିକାରୀ ରାମ କୁମାର ମୁର୍ମୁ, ଗୋଷଣିନୁଆଗାଁ ଥାନା ଅଧିକାରୀ ସୁମିତ ସୋରେନ, ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ, ଗଲୋନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ, ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ,ଟ୍ରାଫିକ ଥାନା ଅଧିକାରୀ ସୁନିଲକୁମାର ବେହେରା,ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠୀ, ମେରାଇନ୍ ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାସ,ସାଇବର ଥାନା ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Share this…
Share on Facebook

Facebook