ଏ କେମିତି କା ରାଗ? ରାଗିଲା ଘରେ ନିଆଁ ଲଗାଇ ଦେଲା

ଗଂଜାମ-ନଡ଼ିଆ ଗଛ କୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଙ୍ଘର୍ସ।ପ୍ରଥମେ ହତାହାତୀ ପରେ ଅତ୍ୟଧିକ ରାଗିଯାଇ ଘରେ ଲଗାଇଲେ ନିଆଁ । ଫଳରେ ନିଆଁ ଲାଗି ଗୋଟିଏ ଘରର ଦୁଇଟି ବଖରା ସମ୍ପୂର୍ଣ ପୋଡି ଯାଇଥିବା ସୂଚନା। ଏପରି ଘଟଣା ଘଟିଛି ଗଂଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ନନ୍ଦିଗୋର ଗ୍ରାମରେ।ଅଭିଯୋଗ ପ୍ରକାରେ ଗ୍ରାମର ରାଧିଆ କର ଙ୍କ ପୁଅ କାଳୁ ଚରଣ କର ଓ ସାନିଆ ସାହୁ ଙ୍କ ପୁଅ ସୀମାଞ୍ଚଳ ସାହୁଙ୍କ ମଧ୍ୟ ରେ ଝଗଡା ହୋଇଥିଲା।

ଉଭୟଙ୍କ ମଧ୍ୟରେ ଝଗଡା ଫଳରେ ସୀମାଞ୍ଚଳ ଆହାତ ହୋଇଥିଲେ।ଫଳରେ ସୀମାଞ୍ଚଳ ଙ୍କ ଭଉଣୀ ଭାଇକୁ ମାଡ଼ ହେବାର ଦେଖି ପଡୋଶୀ ରାଧିଆ କର ଘରେ ନିଆଁ ଲଗାଇ ଦେଇଥିଲେ।ନିଆଁ ଲାଗିଯାଇଥିବା ଘରର ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ଧରାକୋଟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲା ।ଏପଟେ ଘଟଣା ସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଉଭୟ ପକ୍ଷକୁ ଅଟକ ରଖି ପଚାରାଉଚାର ଜାରୀରଖିଛି।

Share this…
Share on Facebook

Facebook