ଭିଜିଲାନ୍ସ ପଞ୍ଝାରେ ଆରଡବ୍ଲ୍ୟୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ

 

ତାଳଚେର ବାଘୁଆବୋଲ ସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଉପଖଣ୍ଡ (ଆରଡବ୍ଲ୍ୟୁଏସଏସ) କାର୍ଯ୍ୟାଳୟଠାରେ ଅବସ୍ଥାପିତ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ ଜନୈକ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ଵାରା ଧରା ପଡିଛନ୍ତି l ତେବେ ଜଣେ ଠିକାଦାରଙ୍କ ବିଲ ପାସ କରିବାକୁ ଯନ୍ତ୍ରୀ ଶ୍ରୀ ସାହୁ ଏହି ୫୦ ହଜାର ଟଙ୍କା ଲାଞ୍ଚ ଦାବୀ କରିଥିଲେ lଏହାକୁ ନେଇ ଠିକାଦାର ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ l
ତେବେ ଯୋଜନା ମୁତାବକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସର ପାଞ୍ଚ ଜଣିଆ ଏକ ଟିମ ଯନ୍ତ୍ରୀଙ୍କୁ ପ୍ରମାଣ ସହ ମାଡି ବସିଥିଲେ l ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ଟିମ ଗଠନ କରାଯାଇ ଶ୍ରୀ ସାହୁଙ୍କ ତାଳଚେର ସ୍ଥିତ ଆରଡବ୍ଲ୍ୟୁଏସଏସ କାର୍ଯ୍ୟାଳୟ ଓ ଅନୁଗୁଳ ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ ଜାରି ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି l ଉଭୟ ସ୍ଥାନରେ ବ୍ୟାପକ ଖାନତଲାସୀ କରାଯାଉଛି । ଅନୁଗୋଳ ରୁ ଦିଲୀପ ନାୟକ ଙ୍କ ରିପୋର୍ଟ MPX TV

Share this…
Share on Facebook

Facebook