ତୁମ ମାରଣନୀତି ଉପରେ ବଳିପଡୁଛି କମ୍ପାନୀ ପ୍ରିତୀ; ମୁଲିଆ ଠାରୁ ମାଲିକ ସବୁ ହନ୍ତସନ୍ତ .

କେମିତି ବଂଚିବ ମଣିଷ ? ତୁମେ କାହାକୁ ଛାଡ଼ୁନା ହେ ମୋଦୀ ସରକାର ? ତୁମ ଜନମାରଣ ନୀତିକୁ, କମ୍ପାନୀ ପ୍ରୀତି ଜନଜୀବନକୁ ଅସ୍ତବ୍ୟସ୍ଥ କଲାଣି । ଶ୍ରମିକ ଠାରୁ କୃଷକ, ଦରଦାମ ବୃଦ୍ଧି, ଆଶା ଠାରୁ ଅଙ୍ଗନୱାଡ଼ି ଦିଦି , ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ଏପରିକି ସରକାରୀ କର୍ମଚାରୀଙ୍କ ପେଟକୁ ନାତ ମାରିଲ । ବ୍ୟାଙ୍କ ,ବୀମା ଟେଲିକମ୍, ରେଲୁଏ, ଏୟାର ଏଣ୍ଡିଆ କୁ କମ୍ପାନୀ ହାତକୁ ଟେକିବାକୁ ମସୁଧା କଲା । ଶେଷରେ ଶ୍ରମ ଆଇନ ଶଂଶୋଧନ କରି ଖଟି ଖିଆ ମୁଲିଆ ମାନଙ୍କୁ ତଳିତଳାନ୍ତ କରିବାକୁ ହୀନ ଚକ୍ରାନ୍ତ ରଚିଲା । କଳା କୃଷି ଆଇନ ପରେ ପୁଣି ଥରେ ଶ୍ରମ ଆଇନ ଉଚ୍ଛେଦ ଦାବିରେ ଦେଶର ୧୦ଟି ଶ୍ରମିକ ସଂଗଠନ ଏକ ହୋଇଛି । ୨୮ ଓ ୨୯ ମାର୍ଚ୍ଚ ସାରା ଭାରତରେ ଧର୍ମଘଟ କରି ମୋଦୀ ସରକାରଙ୍କ ଶୋଇଲା ନିଦକୁ ଉଠାଇ ଦେଇଛି । ସବୁଠି ପଡ଼ିଛି ଆନେ୍ଦାଳନର ପ୍ରଭାବ ନଗର ଠାରୁ ମହାନଗର, ଶିଲ୍ପ ଠାରୁ ଖଣି ଖାଦାନ, ବ୍ୟାଙ୍କ ଠାରୁ ବୀମା ସବୁଠି ପଡ଼ିଛି ମହାପ୍ରଭାବ । ସାମାନ୍ୟ ଆନେ୍ଦାଳନ ଡ଼ାକରାରେ ଶହ ଶହ କୋଟି ବରବାଦ୍ ହୋଇଛି । ଯଦି ମୋଦୀ ସରକାର କମ୍ପାନୀ ପ୍ରିତି ବନ୍ଦ ନକରନ୍ତି ତେବେ ଆଗାମୀ ଦିନରେ ଆନେ୍ଦାଳନକୁ ଦୀର୍ଘ ସ୍ଥାଇ କରିବାକୁ ଚେତାବନୀ ଦେଇଛନ୍ତି ଶ୍ରମିକ ନେତା । ଏହି ଆନେ୍ଦାଳନକୁ ସର୍ବବ୍ୟାପୀ କରିବା ପାଇଁ ଦେଇଛନ୍ତି ଆହ୍ୱାନ । ଗାଁ ଗାଁରେ ମୋଦୀ ସରକାରଙ୍କ କମ୍ପାନୀ ତୋଷଣ ନୀତି ବିରୋଧରେ ଜନ ଜାଗରଣ ସୃଷ୍ଟି କରିବାକୁ କର୍ମୀମାନଙ୍କୁ ଦେଇଛନ୍ତି କଡ଼ା ନିଦେ୍ର୍ଦଶ…

ମହାମାରୀ ସୁଯୋଗରେ ମୋଦୀ ସରକାର ସାଧାରଣ ମଣିଷ ଉପରେ ଆକ୍ରମଣ ତିବ୍ରତର କରିଛନ୍ତି । ଦେଶରେ ଦେଢ କୋଟିରୁ ଉର୍ଦ୍ଧ ଶ୍ରମ ଜୀବୀ ରୋଜଗାର ହରାଇଛନ୍ତି । ଆୟ ୧୦ ଭାଗରୁ ୮୦ ଭାଗ ପର୍ଯ୍ୟନ୍ତ ହ୍ରାସ ପାଇଛି । ଦେଶରେ ୬୦ଭାଗ ଲୋକ ୨ୟ ଡ଼ୋଜ ଟିକା ନେଇ ପାରି ନାହିଁନ୍ତି । ଦେଶରେ ଧନୀ ଠାରୁ ଗରୀବର ଦ୍ୱରତା ବଢିବାରେ ଲାଗିଛି । ଦେଶର ୭୪ଶଂତାଶ ସମ୍ପତି କିଛି ପୁଞ୍ଜିପତି ପରିବାର ପାଖରେ ରହିଛି । ଏପରି ସ୍ଥିତିରେ ମୋଦୀ ସରକାର ରାଷ୍ଟ୍ରିୟତା ଶିଲ୍ପ, ଖଣି ଖାଦାନକୁ କମ୍ପାନୀ ହାତକୁ ଶାଗମୁଦ ଦରରେ ଟିକି ଦେଇଛନ୍ତି । ଏହା ସହ ୨୬ହଜାର୭୦୦ କିମି ଜାତୀୟ ରାଜପଥ , ୪୦୦ରେଳ ଷ୍ଟେସନ, ୯୦ଟି ପାସେଞ୍ଜର ଟ୍ରେନ, ୨୧ଟି ବିମାନ ବନ୍ଦର, ୩୧ଟି ବନ୍ଦର ପୁଞ୍ଜିପତି ହାତକୁ ଟେକି ଦେବାକୁ ସମସ୍ଥ ଯୋଜନା ପ୍ରସ୍ତୁତି ହୋଇଛି । ଖାଲି ଏତିକି ନୁହେଁ ଦେଶର ବ୍ୟାଙ୍କକୁ ଖାଲି କରିଥିବା ଲୁଟେରାମାନଙ୍କୁ ରାଷ୍ଟ୍ରିୟତା ବ୍ୟାଙ୍କ ଦେବାକୁ ନିଶ୍ଚିତ ହୋଇଛି । ଏହା ସହ ଏଲଆଇସି, ବୀମା, ବିଏସନାଲ ପରି ଲାଭ ଦାୟକ ସଂସ୍ଥାକୁ କମ୍ପାନୀ ହାତକୁ ଟେକି ଦେବାକୁ ନିଷ୍ପତି ନିଆ ସରିଛି ।
ବଡ଼ ପରିତାପର ବିଷୟ । ଦେଶର ସମସ୍ତ ବର୍ଗର ଲୋକମାନଙ୍କ ଉପରେ ମହଙ୍ଗା ମାଡ଼ ହେଉଥିବା ବେଳେ ଡ଼ିଜେଲ, ପେଟ୍ରୋଲ ଠାରୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷିର ଦରଦାମ ବୃଦ୍ଧି ମଧ୍ୟବିତ ପରିବାରରେ ନିଆଁ ଲଗାଇଛି । ମାତ୍ର ଆନେ୍ଦାଳନକୁ ଓଲ୍ଲାଇଲା ବେଳକୁ ପାଦ କାଢୁନି ଦେଶର ବୁଦ୍ଧିଜୀବୀ । ଅପରପଟେ ଆନେ୍ଦାଳନକୁ ଆସୁଥିବା ମେହନତୀ ମଣିଷକୁ ଦେଶର କିଛି ବହି ପଢା ଜ୍ଞାନୀ ହେଜ୍ଞାନ କରିବାରେ ଲାଗି ପଡ଼ିଛନ୍ତି । କେବେ ବଦଳିବ ଆମ ମାନଷିକତା ତାହା ଦେଖିବାକୁ ବାକି ରହିଲା ।

Share this…
Share on Facebook

Facebook