ବିଜୁଳି ଖୁଣ୍ଟକୁ ଧକ୍କା ଦେଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ ୨୮।୦୩: ଦିଲ୍ଲୀ ବିମାନ ବନ୍ଦରରେ ଏକ ବଡ ଅଘଟଣରୁ ବର୍ତ୍ତି ସ୍ପାଇସଜେଟ୍‌ର ଏକ ବିମାନ। ବିମାନ ପଛଘୁଞ୍ଚା ଦେଉଥିବା ସମୟରେ ବିମାନ ବନ୍ଦରରେ ଏକ ଇଲେକ୍ଟ୍ରିକ ଖୁଣ୍ଟକୁ ଧକ୍କା ଦେଇଛି। ବିମାନଟି ଏତେ ଜୋରରେ ବାଡେଇ ହୋଇଛି ଯେ, ଏଥିରେ ଇଲେକ୍ଟ୍ରିକ ଖୁଣ୍ଟl ବଙ୍କା ହୋଇ ଯାଇଛି ଏବଂ ଏହାର ଗୋଟିଏ ଡେଣା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ସେହି ସମୟରେ ଘଟିଛି ଯେତେବେଳେ ବିମାନ ଟର୍ମିନାଲରୁ ଯାତ୍ରୀମାନଙ୍କୁ ନେଇ ରନ ଓ୍ଵେ ଅଭିମୁଖେ ଯାଉଥିଲା। ତେବେ ସୌଭାଗ୍ୟବଶତଃ ଯାତ୍ରୀଙ୍କର କୌଣସି କ୍ଷତି ଘଟିନାହିଁ।
ସୂଚନା ଅନୁଯାୟୀ, ଆଜି ସକାଳ ୯ଟା ୨୬ରେ ଏହି ଘଟଣା ଘଟିଛି। ଦିଲ୍ଲୀରୁ ଜମ୍ମୁ ଅଭିମୁଖେ ବିମାନଟି ଉଡାଣ ଭରିବାର ଥିଲା। ତେବେ ଏହି ଘଟଣା ପରେ ତୁରନ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଅନ୍ୟ ଏକ ବିମାନ ଯୋଗେ ପଠାଯାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇ ଯାଇଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି। ବିମାନ ସ୍ପାଇସଜେଟ୍ ଏସଜି ୧୬୦ ଦିଲ୍ଲୀରୁ ଜମ୍ମୁ ଉଡାଣ ଭରିବା ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା।

Share this…
Share on Facebook

Facebook