ଗଞ୍ଜାମ ;ପ୍ରାକୃତି ବିରଳ ଅଲିଭ ରିଡେଲ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ପ୍ରସିଦ୍ଧ ତଥା ପୃଥିବୀର ଅଲିଭ୍ ରିଡ଼ଲେଙ୍କ ଦ୍ୱିତୀୟ ସର୍ବବୃହତ ଏନ୍ତୁଡ଼ିଶାଳା ଗଞ୍ଜାମ ଋଷିକୂଲ୍ୟା ମୁହାଣ ବେଳାଭୂମିରେ ଆରମ୍ଭ ହୋଇଛି କଇଁଛଙ୍କ ଗଣ ଅଣ୍ଡାଦାନ ପର୍ଵ । ୧୧୪୩୦୫ ହାଜର କଇଁଛ ଗଣଅଣ୍ଡାଦାନ କରିଥିବା ବେଳେ,ଚଳିତ ବର୍ଷ ଏନ୍ତୁଡ଼ି ଶାଳାର ଦିଗ ବଦଳିଥିବା ଦେଖାଯାଉଛି। ଏନେଇ ପ୍ରଶାସନକରିଛି ବିଧିବଦ୍ଧ ପ୍ରସ୍ତୁତି। ଏହି ଏନ୍ତୁଡ଼ିଶାଳାର ଉଭୟ ପାର୍ଶରେ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ଏହି ସୁରକ୍ଷା ଭେଦରେ ଗଭୀର ସମୁଦ୍ରରେ କୌଣସି ପ୍ରକାର ଯନ୍ତ୍ରଚାଳିତ ଲଞ୍ଚ ବା ଟ୍ରଲରରେ ମାଛ ମାରିବାକୁ ନିଷେଧ ଘୋଷଣା କରାଯାଇଛି।
ପ୍ରରିବର୍ଷ ସମୁଦ୍ର କୁଳ କ୍ଷୟ ହେବା ଓ ଋଷିକୂଲ୍ୟା ମୁହାଣର ପରିବର୍ତ୍ତନ ଯୋଗୁଁ କଇଁଛଙ୍କ ଗଣଅଣ୍ଡାଦାନ ସ୍ଥଳ ତଥା ଏନ୍ତୁଡି ଶାଳାର ବି ଦିଗ ବଦଳିଥିବା ଦେଖାଯାଇଛି। ପୂର୍ବେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଦ ଠାରୁ ପୋଡ଼ମପେଟା ମଧ୍ୟରେ ଗଣ ଅଣ୍ଡାଦାନ ହେଉଥିବା ବେଳେ ଚଳିତବର୍ଷ ବଟେଶ୍ୱରବେଳାଭୂମୀ ଠାରୁ ଅଳେଶ୍ୱର ବେଳାଭୂମି ପର୍ଯ୍ୟନ୍ତ କଇଁଛମାନେ ଗଣଅଣ୍ଡାଦାନ କରିଛନ୍ତି। ତତସହିତ ନୂତନ ପୁରୁଣାବନ୍ଦ -ଗୋଖରକୁଦା ଆଇଲାଣ୍ଡରେ
କଇଁଛ ମାନେ ଗଣଅଣ୍ଡାଦାନ କରୁଥିବା ଦେଖାଯାଇଛି । ଗତ ଦୁଇଦିନ ମଧ୍ୟରେ ୧୧୪୩୦୫ ଅଲିଭ ରିଡ଼ଲେ କଇଁଛ ଗଣଅଣ୍ଡାଦାନ କରିଛନ୍ତି ବୋଲି ଡିଏଫଓ ଅମ୍ଳାନ ନାୟକ କହିଛନ୍ତି। ଖଲ୍ଲିକୋଟ ରେଞ୍ଜର ସିଦ୍ଧାନ୍ତ ଶଙ୍କର ସ୍ବାଇଁ ଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ନେଇ ତଦାରଖ ଚାଲିଥିବା ଦେଖାଯାଉଛି। ରିପୋର୍ଟ::ପ୍ରଫୁଲ୍ଲ ସାଵତ