ହ୍ୱାଟ୍ସଆପରେ ଖୁବଶୀଘ୍ର ପଠାଇପାରିବେ ୨ ଜିବି ପର୍ଯ୍ୟନ୍ତ ଫାଇଲ, ଆସୁଛି ନୂଆ ଫିଚର–

ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ସବୁବେଳେ ଏହାର ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣିଥାଏ । ଏହି କ୍ରମରେ ହ୍ୱାଟ୍ସଆପ୍ ଏକ ନୂଆ ଫିଚର ଆଣିବା ନେଇ ରିପୋର୍ଟ ପ୍ରକାଶ ପାଇଛି । କୁହାଯାଉଛି ଏହି ଫିଚର୍ସ ଦ୍ୱାରା ୟୁଜର୍ସ ୨ ଜିବି ପର୍ଯ୍ୟନ୍ତ ଫାଇଲ ପଠାଇପାରିବେ । ଏହି ନୂଆ ଫିଚର ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଉଭୟ ପ୍ଲାଟଫର୍ମ ପାଇଁ ଲଞ୍ଚ ହେବ ।

ବର୍ତ୍ତମାନ ଏହି ଫିଚର ଆର୍ଜେଣ୍ଟିନାରେ ଟେଷ୍ଟିଂ ରହିଛି ଏବଂ କେବେ ଅନ୍ୟ ଦେଶର ୟୁଜର୍ସଙ୍କୁ ଏହାର ସୁବିଧା ଉପଲବ୍ଧ ହେବ ସେନେଇ କୌଣସି ସୂଚନା ଦିଆଯାଇନାହିଁ । ସୋସିଆଲ ମିଡିଆ ପ୍ଲାଟଫର୍ମ କୌଣସି ଫାଇଲକୁ ସୀମିତ ସାଇଜରେ ଶେୟାର କରିହୁଏ । ଏମିତିକି ଜିମେଲ ଦ୍ୱାରା ମଧ୍ୟ କେବଳ ୨୫ ଏମବି ର ଫାଇଲ ଆଟାଚମେଣ୍ଟ ପଠାଇହୁଏ ।

ଆଜିକା ସମୟରେ ଲୋକମାନେ ହାଇ ମେଗାପିକ୍ସଲ ଲେନ୍ସର ବ୍ୟବହାର କରୁଛନ୍ତି ଯାହା ହାଇ ରେଜୋଲ୍ୟୁସନ ଇମେଜ ଏବଂ ଭିଡିଓ ସୁଟ୍ କରିଥାଏ ଯାହା ସାଇଜରେ ବଡ଼ ମଧ୍ୟ ହୋଇଥାଏ । ଆଉ ଏହାକୁ ଅନ୍ୟକୁ ପଠାଇବାକୁ ହେଲେ ଅନ୍ୟ କୌଣସି ଥାର୍ଡ ପାର୍ଟୀ ଆପ୍ ଦ୍ୱାରା ଏହାକୁ କଂପ୍ରେସ କରି ପଠାଇବାକୁ ପଡ଼ିଥାଏ ।

ବର୍ତ୍ତମାନ ସମୟରେ ହ୍ୱାଟ୍ସଆପରେ କେବଳ ୧୦୦ ଏମବି ପର୍ଯ୍ୟନ୍ତ ମିଡିଆ ଫାଇଲ ପଠାଇ ହେଉଛି । କିନ୍ତୁ ଯଦି ଏହି ନୂଆ ଫିଚର ଆସୁଛି ତେବେ ୨ ଜିବି ପର୍ଯ୍ୟନ୍ତ ଡାଟା ପଠାଇବାରେ କୌଣସି ଅସୁବିଧା ହେବ ନାହିଁ ।

Share this…
Share on Facebook

Facebook