ଆସନ୍ତା କାଲି ଦେଶକୁ ଆକାମୀ କରିବ ଟ୍ରେଡ଼ ୟୁନିୟନ

ନୂଆଦିଲ୍ଲୀ: ଟ୍ରେଡ୍ ୟୁନିୟନ୍ ମାର୍ଚ୍ଚ ୨୮ ଓ ୨୯ରେ ଭାରତ ବନ୍ଦ ଡାକରା ଦେଇଚି । ଏହି ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଛି। କେନ୍ଦ୍ର ସରକାରଙ୍କ କୃଷକ ମାରଣ, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି, ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି, ଇପିଏଫଧାରୀଙ୍କୁ ଜମା ଉପରେ ସୁଧହାର ହ୍ରାସ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି।
କେନ୍ଦ୍ର ସରକାର ଯେଉଁଭଳି ଭାବେ ନୂତନ ଶ୍ରମକୋଡ୍ ଲାଗୁ କରି ସାଧାରଣ ଶ୍ରମିକମାନଙ୍କୁ ଶୋଷଣ କରିବାକୁ ଚେଷ୍ଟା କରିଛନ୍ତି। ବିଶେଷ ଭାବେ ଏହା ବିରୋଧରେ ଏହି ଆନ୍ଦୋଳନ ମୁଣ୍ଡ ଟେକିଛି ବୋଲି ଟ୍ରେଡ ୟୁନିୟନ ନେତାମାନେ କହିଛନ୍ତି। ଆନ୍ଦୋଳନକୁ ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘଗୁଡିକ ସମର୍ଥନ ଜଣାଇଛନ୍ତି।
ଏହାସହ ବ୍ୟାଙ୍କ ଓ ବୀମା ସହିତ ଜଡିତ କର୍ମଚାରୀ ସଂଘ, କୋଇଲା, ଇସ୍ପାତ, ତୈଳ, ଡାକ କର୍ମଚାରୀ ସଂଘ, ଦୂରସଂଚାର କର୍ମଚାରୀ ସଂଘ, ଆୟକର ବିଭାଗ କର୍ମଚାରୀ ସଂଘଗୁଡିକ ମଧ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଦୁଇ ଦିନିଆ ଭାରତ ବନ୍ଦରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବନ୍ଦକୁ ନେଇ ଷ୍ଟେଟ ବ୍ୟାଙ୍କ ମାର୍ଚ୍ଚ ୨୮-୨୯ରେ ବ୍ୟାଙ୍କ ସେବା ପ୍ରଭାବିତ ରହିବ ବୋଲି ନିଜ ଗ୍ରାହକଙ୍କୁ ସୂଚନା ଦେଇଛି।

Share this…
Share on Facebook

Facebook