ତେଲକୋଇ-ପୁଣି ଜନନୀ ଯନ୍ତ୍ରଣା।ମୋବାଇଲ ନେଟୱାର୍କ ନଥିବାରୁ ସଠିକ ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ ।।ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତାଳପଦା ପଞାୟତ ମୁଣ୍ଡାସାହି ରେ।ମୁଣ୍ଡାସାହିର ଗର୍ଭବତୀ ମହିଳା ଶାନ୍ତି ମୁଣ୍ଡା ଙ୍କ ଆଜି ସକାଳ ସମୟରେ ପେଟରେ ଗର୍ଭଯନ୍ତ୍ରଣା ଅନୁଭବ ହୋଇଥିଲା । ଗାଁରେ ମୋବାଇଲ ନେଟୱର୍କ ନଥିବା ରୁ ତାଙ୍କ ସ୍ୱାମୀ ତିନି କିଲୋମିଟର ଚାଲି ଚାଲି ଆସି ତାଳପଦା ଗାଁରେ ପହଞ୍ଚି ଥିଲେ। ଆଶା ଦିଦିଙ୍କ ଘରକୁ ଯାଇ ଖବର ଦେଇଥିଲେ। କିନ୍ତୁ ତାଳପଦା ଗାଁରେ ମଧ୍ୟ ମୋବାଇଲ ନେଟୱାର୍କ ନଥିବା ରୁ ଅନ୍ୟ ଏକ ଜାଗା କୁ ଯାଇ୧୦୨ କୁ ଫୋନ କରିଥିଲେ।ସେଠାରେ ଆମ୍ବୁଲାନ୍ସ ପହଞ୍ଚି ଗର୍ଭବତୀ ମହିଳା ଙ୍କୁଉଧାର କରିଥିଲା ।
ଆଜି ସକାଳ 7ଟା ସମୟରେ ନେଟୱାର୍କ ଯାଗା କୁଯାଇ ଆଶା ଦିଦି ଫୋନ କରିଥିଲେ ଫୋନ ପାଇ ୧୦୨ ଅମୁଲାନ୍ସ ତାଳପଦା ଗ୍ରାମ କୁ ଯାଇ ଥିଲା । ତେବେ।ମୁଣ୍ଡା ସାହିକୁ ରାସ୍ତା ନଥିବାରୁ ୪ଜଣ ଖଟରେ ବୋହି ପ୍ରସୂତୀ ଶାନ୍ତି ମୁଣ୍ଡାଙ୍କୁ ଅମ୍ବୁଲାନ୍ସ ପାଖକୁ ଆଣି ଥିଲେ । ଏବଂ ସୁରକ୍ଷିତ ଅବସ୍ଥାରେ ତେଲକୋଇ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି।ରିପୋର୍ଟର-ଜ୍ଞାନ ରଞ୍ଜନ ସାହୁ,ତେଲକୋଇ