ଦିଗପହଣ୍ଡି : ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ପୋୖରାଞ୍ଚଳ ରେ କଂଗ୍ରେସର ବାଜିମାତ।
ସବୁ କଳ୍ପନାଜଳ୍ପନା ର ଅନ୍ତ ଘଟାଇ ଦିଗପହଣ୍ଡି ପୌର ନିର୍ବାଚନରେ ବିଜେଡ଼ି ର ଶୋଚନୀୟ ପରାଜୟ ଓ କଂଗ୍ରେସକୁ ବିଜୟ ମୁକୁଟ। କଂଗ୍ରେସ ପକ୍ଷରୁ ନଗରପାଳ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରଫୁଲ୍ଲ ପଣ୍ଡା ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀ ଭି . ରବିନାରାୟଣ ରାଜୁଙ୍କ ଠାରୁ ୧୪୧୨ ଭୋଟରେ ଅଗ୍ରଣୀ କରି ବିଜୟୀ ହୋଇଛନ୍ତି ।
ସେହିପରି ୧୧ଟି କାଉନସିଲର ଆସନ ମଧ୍ୟରୁ କଂଗ୍ରେସ ହାତକୁ ୬ ଆସନ ରହି ସର୍ବାଗ୍ରେ ରହିଛି । ନବ ନିର୍ବାଚିତ ନଗରପାଳ ଶ୍ରୀ ପଣ୍ଡା ସମେତ ୬ ଟି ୱାର୍ଡର ବିଜୟୀ କାଉନସିଲର ମାନଙ୍କୁ ଦଳପକ୍ଷରୁ ଫୁଲ ମାଳ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ବିଜୟ ପରେ ଦିଗପହଣ୍ଡି ଅଞ୍ଚଳ ରେ ପୁଣି କଂଗ୍ରେସ କର୍ମୀମାନେ ସତେଜ ହେବେ ଏବଂ ଆଗାମୀ ବିଧାନସଭା ନିର୍ବାଚନରେ ଏହାର ପ୍ରଭାବ ରହିବ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରିଛନ୍ତି।
ଦିଗପହଣ୍ଡି ରୁ ଶିବ ପ୍ରସାଦ ରଥ