ସୋର ବିଧାୟକଙ୍କ ଘର ଆଗରେ ବାଣ ଫୁଟାକୁ ନେଇ ଗଣ୍ଡଗୋଳ।

ବାଲେଶ୍ଵର ଜିଲ୍ଲା ସୋର ପୋୖର ପାଳିକା ନିର୍ବାଚନରେ ବିଜେପି ଅଧ୍ୟକ୍ଷ ଓ ୧୯ଟି ୱାର୍ଡ ରୁ ୧୨ଟି ୱାର୍ଡ ବିଜେପି ହାତେଇ ବାଜିମାତ କରିଥିଲା। ବିଜେପିର କିଛି କର୍ମୀ ଏପରି ବିଜୟ କୁ ନେଇ ଏକ ଶୋଭାଯାତ୍ରାରେ ବାହାରିଥିଲେ। ସୋର ବିଧାୟକଙ୍କ ୱାର୍ଡରେ ବିଜେପି ବାଜିମାତ କରିବା ପରେ ବିଜେପି କର୍ମୀ ମାନେ ବିଧାୟକ ଘର ଆଗରେ ବାଣ ଫୁଟାଇବାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଖବର ପାଇ ଘଟଣା ସ୍ଥଳରେ ସୋର ପୋଲିସ ପହଞ୍ଚି ଗଣ୍ଡଗୋଳକୁ ବୁଝା ସୁଝା କରିଥିଲେ। ପରେ ସୁରକ୍ଷା ଦୃଷ୍ଟିରୁ ବିଧାୟକଙ୍କ ଘର ଆଗରେ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା ବେଳେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।ରିପୋର୍ଟ- ଶରତ ନାୟକ, ସୋର

Share this…
Share on Facebook

Facebook