ବ୍ରହ୍ମପୁର: ବିଜେଡି ହାତକୁ ଗଲା ବ୍ରହ୍ମପୁର ମହାନଗର ମେୟର ପଦବୀ । ଶେଷରେ ବିଜୟୀ ହେଲେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ। ୨୦, ୨୩୬ ଭୋଟ ବ୍ୟବଧାନରେ ଜିତିଲେ ସଂଘମିତ୍ରା । ବିଜେପିର ସବିତା ସୁଆର ଓ କଂଗ୍ରେସର ମଞ୍ଜୁ ରଥଙ୍କୁ ହରାଇ ମେୟର ପଦ ହାତେଇବାରେ ସକ୍ଷମ ହୋଇଛନ୍ତି ସଂଘମିତ୍ରା।ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ଏଥିରେ ବିଜୟୀ ହେଇଛନ୍ତି।୨୦୨୩୬ ଭୋଟ ବ୍ୟବଧାନରେ ସଂଘମିତ୍ରା ଦଳେଇ ଜିତିଥିବ ସୂଚନା ମିଳିଛି। ନିକଟତମ ବିଜେପି ପ୍ରତିଦ୍ୟୋନ୍ଦିଙ୍କୁ ହରାଇ ବ୍ରହ୍ମପୁର ମେୟର ପଦବୀ ହାସଲ କରିଛନ୍ତି।
ତେବେ ସେଠାରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକର ଦେଖିବାକୁ ମିଳିଥିଲା ।ଉଭୟଙ୍କ ମଧ୍ୟରେ କିଏ ଜିତିବ, ତାହା କହିବା ମୁସ୍କିଲ ଥିଲା । ଶେଷରେ ସଂଘମିତ୍ରା ଦଳେଇ ଏଥିରେ ବାଜି ମାରିଛନ୍ତି। ଅନ୍ୟପଟେ ସଂଘମିତ୍ରା ଦଳେଇ ପୂର୍ବରୁ ୩ ଲଗାତାର ଭାବେ କର୍ପରେଟର ହେଇଥିଲେ ଓ ବିଜେଡି ର ମହିଳା ସଭାନେତ୍ରୀ ରହିଥିଲେ।