ବାରିପଦା ରେ ବିଜେଡି ର ବାଜିମାତ

ମୟୁରଭଂଜ-ଦୀର୍ଘ ବର୍ଷର ଅପେକ୍ଷା ପରେ ବାରିପଦା ଆଜି ନୂତନ ପୌରାଧକ୍ଷ ଚୟନ କରିଛି।ଆଜି ସକାଳୁ ବାରିପଦା କଲେଜ ରେ ଗଣତି ଆରମ୍ଭ ହେବାପରେ ଫଳା ଫଳ ଆସିବାକୁ ଲାଗିଥିଲା।ବାରିପଦା ପୌର ପରିଷଦ ରେ 28 ଟି ୱାର୍ଡ ଥିବାବେଳେ 27 ଟି ୱାର୍ଡ ର ଫଳାଫଳ ଆସିଯାଇଛି।27 ଟି ୱାର୍ଡ ମଧ୍ୟରୁ 22 ଟି ୱାର୍ଡ ରେ ବିଜେଡି,3 ଟି ରେ ବିଜେପି,2ଟି ୱାର୍ଡ ରେ ସ୍ୱାଧୀନ ପ୍ରାଥୀ ଜିତିଥିବାବେଳେ,17 ନୋ ୱାର୍ଡ ର ଇଭିଏମ୍ ମେସିନ ଖରାପ କାରଣ ରୁ ଗଣତି ହେଇପାରିନାହିଁ।ଅନ୍ୟପଟେ ପୌରାଧକ୍ଷ ପ୍ରାଥୀ ପାଇଁ ଗଣନା ଚାଲିଥିବାବେଳେ ପ୍ରଥମ 10 ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା।ହେଲେ ଶେଷ କିଛି ରାଉଣ୍ଡ ପରେ ବିଜେଡି ଓ ବିଜେପି ମଧ୍ୟରେ ଲଢେ଼ଇ ହେଇଥିଲା।

ଶେଷରେ ବିଜେଡି ପୌରାଧକ୍ଷ ପ୍ରାଥୀ କୃଷ୍ନାନନ୍ଦ ମହାନ୍ତି 21306 ଖଣ୍ଡ ଭୋଟ ପାଇଥିବାବେଳେ,ବିଜେପି ର କବି ବିଷ୍ଣୁ ଶତପଥି 12662 ଟି ଭୋଟ ପାଇଥିବାବେଳେ,କଂଗ୍ରେସ ର ଯୋଗେଶ ଅଗ୍ରୱାଲ12132 ଟି ଭୋଟ ପାଇଥିଲେ।ଶେଷ ରେ ବିଜେଡି ପ୍ରାଥୀ କୃଷ୍ନାନନ୍ଦ ମହାନ୍ତି ନିଜର ନିକଟ ତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାଥୀ ଙ୍କୁ 8644 ଟି ଭୋଟ ରେ ପରାସ୍ତ କରି ବାରିପଦା ପୌରପରିସ ଦ ଅଧକ୍ଷ ପଦ ହାତେଇ ଛନ୍ତି।ଏ ନେଇ ବିଜେଡି କାର୍ଯ୍ୟାଳୟ ରେ ଖୁସି ର ମାହାଲ ଦେଖିବାକୁ ମିଳିଛି.ରିପୋର୍ଟ-ତପନ କୁମାର ଦଣ୍ଡପାଟ,ମୟୁରଭଂଜ

Share this…
Share on Facebook

Facebook