ରାଇରଙ୍ଗପୁର ପୌରପାଳିକା ରେ BJD ର ବିପୁଳ ବିଜୟ।

ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରପାଳିକା ର ନିର୍ବାଚନ ର ଫଳାଫଳ ଆଜି ଘୋଷଣା ହୋଇଛି।ପନ୍ଦର ଗୋଟି ୱାଡ଼ ଏବଂ ଗୋଟିଏ ଅଧକ୍ଷ ପଦ ପାଇଁ24ତାରିଖ ଦିନ ମତଦାନ ହୋଇଥିଲା।ଯାହାର ଫଳାଫଳ ଆଜି ଘୋଷଣା କରାଯାଇଛି।ବିଗତ25ବର୍ଷ ହେଲା BJP ରାଇରଙ୍ଗପୁର ପୌରପାଳିକା ଦଖଲ କରି ଆସୁଥିବା ବେଳେ କିନ୍ତୁ ଏଥର ରାଇରଙ୍ଗପୁର ସହର ବାସୀ ଏଥର ପରିବର୍ତ୍ତନ ଆଣିଥିଲେ।ଏଥର ରାଇରଙ୍ଗପୁର ସହର ବାସୀ BJP କୁ ପ୍ରତ୍ୟାଖ୍ୟାନ କରି BJD କୁ ପୂର୍ଣ୍ଣ ବହୁମତ ଦେଇଥିଲେ। ଯାହାଫଳରେ ପନ୍ଦର ଗୋଟି ୱାଡ଼ ମଧ୍ୟରୁ11ଗୋଟି ୱାଡ଼ରେ ବିଜୟ ଲାଭ କରିଥିବା ସହିତ ପୌର ପରିଷଦ ଅଧ୍ୟକ୍ଷ ପଦ ମଧ୍ୟ ନିଜ କବଜା କୁ ନେଇଛି।

ଏଥର ରାଇରଙ୍ଗପୁର ପୌରପାଳିକା ଅଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି BJD ର ପ୍ରାଥି ଅଭିଷେକ ପଟ୍ଟନାୟକ ସେ BJP ର ପ୍ରାଥି ନବୀନ ରାମ କୁ1148ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ପୌରପାଳିକା ଅଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମୁଖିରେ କହିଛନ୍ତି ଯେ ଦୀର୍ଘ25ବର୍ଷ ର ଏକଛତ୍ର ବାଦ BJP ଶାସନକୁ ପ୍ରତ୍ୟାଖ୍ୟାନ କରି BJD କୁ ବିଜୟ କରାଇଥିବାରୁ ସେ ରାଇରଙ୍ଗପୁର ବାସୀକୁ ଧନ୍ୟବାଦ ଜଣାଇଛନ୍ତି।ତା ସହିତ ସେ ରାଇରଙ୍ଗପୁର ସହରର କିପରି ଉନ୍ନତିକରଣ ହେବ ସେ ଦିଗରେ ସେ ଚେଷ୍ଟା କରିବେ ବୋଲି ମଧ୍ୟ କହିଛନ୍ତି ଏବଂ ତାଙ୍କର ପ୍ରଥମ କାମ ରହିବ ସେନିଟାଇଜେଶନ, ଡ୍ରନ, ପାଣି।ଆଜିର ବିଜୟ ର ସେୟ ସେ ଯାଜପୁର ବିଧାୟକ ତଥା BJD ର ସାଧାରଣ ସମ୍ପାଦକ ପ୍ରବଣ ପ୍ରକାଶ ଦାସ କୁ ଦେଇଛନ୍ତି ତାଙ୍କର ସଫଳ ଗୋଟି ଚାଳନା ରେ ଆଜି ରାଇରଙ୍ଗପୁର ପୌରପାଳିକା ରେ ବିଜୟ ଲାଭ କରିଥିବା କହିଛନ୍ତି।ଅଭିଷେକ ପଟ୍ଟନାୟକ ଙ୍କ ବାପା ସର୍ଗତ ପରିମଳ ପଟ୍ଟନାୟକ ମଧ୍ୟ1984ମସିହାରୁ1992ପର୍ଯ୍ୟନ୍ତ ରାଇରଙ୍ଗପୁର ANC ର ଚେୟାରମ୍ୟାନ ଭାବେ ଲୋକମାନଙ୍କର ସୁଖଦୁଃଖର ସାଥି ହୋଇ ଠିଆ ହୋଇଥିଲେ।ସେ ମଧ୍ୟ ତାଙ୍କ ବାପାଙ୍କ ଭଳିଆ ନମ୍ର ଓ ଭଦ୍ର ଶୋଭାଵ ର ପିଲା ସେ।ସେ ସମସ୍ତଙ୍କ ଦୁଃଖସୁଖରେ ଛିଡା ହୋଇଥାନ୍ତି।
ମୟୁରଭଞ୍ଜ ଜିଲ୍ଲାରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook