ପିପିଲି ଏନ୍ଏସି ନିର୍ବାଚନ ରେ ବିଜେଡିର ବିପୁଳ ବିଜୟ

ପିପିଲି – ପୁରୀ ଜିଲ୍ଲାର ପିପିଲି ଏନ୍ଏସି ନିର୍ବାଚନ ରେ ବିଜେଡିର ବିପୁଳ ବିଜୟ ହୋଇଛି । ପୁର୍ବରୁ ପିପିଲି NAC କୁ କଂଗ୍ରେସ ଦଖଲ କରୁଥିବା ବେଳେ ଏବେ ବିଜେପି ଓ କଂଗ୍ରେସ କୁ ବାଦ୍ ଦେଇ ବିଜେଡି ଏହାକୁ ଦଖଲ କରିଛି । ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସେକ ବାବୁ କଡା ଟକ୍କର ପ୍ରତିଦ୍ବନ୍ଦିତା କରି ବିଜେପି ପ୍ରାର୍ଥୀ ସୁକାନ୍ତ ଭଟ୍ଟ ଙ୍କ ଠାରୁ 2104 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ! ପିପିଲି NAC ରେ ନିର୍ବାଚନ ଫଳାଫଳ ପ୍ରକାଶ ପରେ… ବିଜେଡି 13ଟି ୱାର୍ଡ ନେଇ ଥିବା ବେଳେ, ବିଜେପି 2ଟି ୱାର୍ଡ ଏବଂ ସ୍ୱାଧୀନ 1ଟି ୱାର୍ଡ ରେ ବିଜୟୀ ହୋଇଛନ୍ତି । ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ଶେଖ ବାବୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପି ଅଧକ୍ଷ ପ୍ରାର୍ଥୀ ସୁକାନ୍ତ ଭଟ୍ଟଙ୍କ ଠାରୁ 2104 ଭୋଟ ରେ ବିଜୟୀ ହୋଇଛନ୍ତି ! ତେବେ ପିପିଲି NAC ନିର୍ବାଚନରେ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେପି ରୁ ସୁକାନ୍ତ ଭଟ୍ଟ, ବିଜେଡି ରୁ ସେକ ବାବୁ ଏବଂ କଂଗ୍ରେସରୁ ଗୁଣନିଧି ପ୍ରଧାନ, ସ୍ବାଧୀନ ପ୍ରାର୍ଥୀ ଦେବାଶିଷ ଦିକ୍ଷୀତ, ଆମ ଆଦମୀ ପାର୍ଟି ରୁ ବାଦଲ ଖାଁ ପ୍ରତିଦ୍ବନ୍ଦୀତା କରୁଥିବା ବେଳେ ବିଜେଡି ସହ ବିଜେପି କଡ଼ା ଟକ୍କର ହୋଇଥିଲା । ଶେଷରେ ବିଜେଡି ପ୍ରାର୍ଥୀ ଶେଖ ବାବୁ ପିପିଲି NAC ବାସୀଙ୍କ ଆସ୍ଥା ଭାଜନ ହୋଇ ବିଜୟ ଲାଭ କରିଛନ୍ତି ! ସେକ ବାବୁ ବିଜୟୀ ହେବା ପରେ ବିଜେଡି କାର୍ଯ୍ୟାଳୟ ଉସ୍ଚବ ମୁଖର ହୋଇଉଠିଛି । ବିଜେଡି ଦଳୀୟ କର୍ମୀ ମାନଙ୍କ ସହ ସେକ ବାବୁ ନିକଟରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୃର୍ତି ରେ ପ୍ରଣାମ କରିଥିଲେ ।ସେ ସମୟରେ ତାଙ୍କ ସହ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଏବଂ ରାଜ୍ୟ ବିଜେଡି ସମ୍ପାଦକ ପ୍ରୀୟବ୍ରତ ସାମନ୍ତରାୟ ଉପସ୍ଥିତ ଥିଲେ । ସେକ ବାବୁ ଅଧ୍ୟକ୍ଷ ପଦ ହାସଲ ପରେ ପିପିଲିବାସୀ ଙ୍କୁ ଧନ୍ୟବାଦ ଦେବା ସହ ଅଂଚଳ ର ପ୍ରଗତି ଓ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା କୁ ଆଗକୁ ନେବେ ବୋଲି ସେ କହିଛନ୍ତି।

ସେପଟେ ପିପିଲି ଏନ୍ଏସି ର ୧୬ ଟି ମଧ୍ୟରୁ ୧୫ ଞ୍ବାର୍ଡ ର କାଉନସିଲର ପ୍ରାର୍ଥୀ ଓ ୫ ଅଧ୍ୟକ୍ଷ ପ୍ରାର୍ଥୀ ଙ୍କ ନିର୍ବାଚନ ଫଳାଫଳ କୁ ଶାନ୍ତି ଶୃଙ୍ଖଳାରେ ଶେଷ କରିଛନ୍ତି ନିର୍ବାଚନ ଅଧିକାରୀ ସପନ କୁମାର ନନ୍ଦ । ପିପିଲି ଜବାହର ବିଦ୍ୟାପିଠ ପ୍ରାଙ୍ଗଣରେ କଡା ସୁରକ୍ଷା ବଳୟରେ ଇଭିଏମ ରୁ କାଉଣ୍ଟିଂ ଚାଲିଥିବା ବେଳେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖାଯାଇ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିବା ପିପିଲି ଏସଡିପିଓ ଦେବଦତ୍ତ ବରାଳ କହିଛନ୍ତି । ଏହା ସହ ଫଳାଫଳ ଘୋଷଣା ପରେ ବିଧିବଦ୍ଧ ଭାବେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସେକ ବାବୁ ଙ୍କୁ ବିଜୟ ଘୋଷଣା କରି ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିବା ନିର୍ବାଚନ ଅଧିକାରୀ ସପନ କୁମାର ନନ୍ଦ କହିଛନ୍ତି ।

Share this…
Share on Facebook

Facebook