ମାତିଛନ୍ତି ଏନଏଚ ଲୁଟେରା ; ଟାର୍ଗେଟରେ ଯାତ୍ରୀ ବାହୀ ବସ୍ ।

ଜଳେଶ୍ୱର:  ମାତିଛନ୍ତି ଏନଏଚ ଲୁଟେରା । ଟାର୍ଗେଟରେ ଯାତ୍ରୀ ବାହୀ ବସ୍ । ଦିନ ଦ୍ୱୀପହରରେ ଯାତ୍ରୀବାହୀ ବସ ଅଗାର ଗାଡ଼ି ଆଡ଼ା ପାକାଇ ଡ଼୍ରାଇଭରଙ୍କୁ ମାଡ଼ ମାରି ଲୁଟି ନେଲେ ଟଙ୍କା । ନୀଳମାଧବ ବସ ଭୁବନେଶ୍ୱରରୁ କୋଲକତା ଯାଉଥିବା ବେଳେ ଜଳେଶ୍ୱର ହୋଟଲ ରାଜପଥ ନିକଟରେ ଲୁଟେରାମାନେ ଆତଙ୍କ ରଚିଥିଲେ । ଲୁଟେରାମାନେ ଡ଼୍ରାଇଭରକୁ ଗାଡ଼ି ଅଟକାଇବାକୁ ବାଧ୍ୟ କରିବାରୁ ଡ଼୍ରାଇଭର ବସ ଅଟକାଇଥିଲେ ।

ଯାହାର ସୁଯୋଗରେ ଲୁଟେରାମାନେ ବସ ଭଙ୍ଗାରୁଜା କରିବା ସହ ଡ଼୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ଼ ମାରିବା ସହ ଟଙ୍କା ପଇସା ଲୁଟି ନେଇଥିଲେ । ତେବେ ବସ୍ ରେ ଥିବା ଯାତ୍ରୀମାନେ ବିରୋଧ କରିବାରୁ ଦୁର୍ବୃତମାନେ ପଳାଇ ଯାଇଥିଲେ । ଲୁଟେରାମାନେ ବାଇକ ଓ ଭେରନା ଗାଡ଼ି ରେ ଆସିଥିବା ଜଳେଶ୍ୱର ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

ତେବେ ଖବର ପାଇଁ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଜଳେଶ୍ୱରୁ ନବୀନ ସାହୁଙ୍କ ରିପୋର୍ଟ ଅଫତାବ ନ୍ୟୁଜ୍ ।

Share this…
Share on Facebook

Facebook