ଗୋଠ ଛଡ଼ା ଦନ୍ତାର ଉତ୍ପାତ ।

ତେଲକୋଇ-ଗୋଠଛଡା ଦନ୍ତା ର ଉପଦ୍ରବ ଥମିବାର ନାଁ ଧରୁନି।କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ଲୋକଙ୍କୁ ମାରିବା କୁ ଗୋଡାଉଛି।ସଂଧ୍ୟା ନହେଉଣୁ ଗାଁ ଭିତରକୁ ପଶି ଆସୁଛି ଦନ୍ତା।ଗତକାଲି ବିଳମ୍ବିତ ରାତିରେ ବିମଳା ଫରେଷ୍ଟ ବିଟ ରାଣିବେଡା ଗାଁ ନୂଆସାହିରେ ପଶି ଧର ମୁଣ୍ଡା ଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହ କଦଳୀ ଗଛକୁ ଦଳିମକଚି ନଷ୍ଟ କରିଦେଇଛି।

ଘର ଭାଙ୍ଗିବା ଦେଖି ଧରମୁଣ୍ଡା ନିଜର ଛୋଟ ଛୁଆଙ୍କୁ ଧରି ଦୌଡ଼ି ପଳାଇ ଯାଇଥିଲେ।ଏବଂ ସାହି ଲୋକଙ୍କୁ ଡାକିଥିଲେ ।ସାହିଲୋକେ ନିଆଁହୋଳା ସାହାଯ୍ୟ ରେ ଦନ୍ତାହାତୀ କୁ ସେଠାରୁ ଘଉଡାଇଥିଲେ ।ବନବିଭାଗ କୁ ଖବର ଦିଆଯାଇଥିଲେ ମଧ୍ୟ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି। ଜଙ୍ଗଲ ରେ ନିଆଁ ଲାଗିବା ଯୋଗୁଁ ଦନ୍ତା ହାତୀ ଟି ନିଆଁ ଭୟ ସହିତ ଖାଦ୍ୟ ଅନ୍ବେଷଣରେ ଗାଁ ଭିତରକୁ ପଶି ଆସୁଥିବା ଲୋକେ ପ୍ରକାଶ କରିଛନ୍ତି।ରିପୋର୍ଟର-ଜ୍ଞାନ ରଞ୍ଜନ ସାହୁ,ତେଲକୋଇ

Share this…
Share on Facebook

Facebook