ବିନା ସିଲରେଇଭିଏମ ମେସିନ ଗାଏବ କୁ ନେଇ ଉତେଜନା

ବାରିପଦା-ବାରିପଦା ପୌରପରିଷଦର ୨୮ ଟିୱାର୍ଡ ପାଇଁ ମୋଟ ୮୨ ଟି ବୁଥରେ ମତଦାନ ହୋଇଥିଲା । ତେବେ ଅନେକ ବୁଥର ଭୋଟର ତାଲିକାରେ ବହୁ ଭୋଟରଙ୍କ ନାମ ନଥିବାରୁ ଲୋକେ ହଇରାଣ ହେବା ସହ କେତେକ ସ୍ଥାନରେ ଉତେଜନା ପ୍ରକାଶ ପାଇଥିଲା। ସେହିପରି କିଛି ସ୍ଥାନରେ ଇଭିଏମ ଖରାପ ହେବାରୁ ତୁରନ୍ତ ଠିକ କରାଯାଇ ଥିଲା । ତେବେ ଅପରାହ୍ନ ୫ଟାରେ ଭୋଟିଂ ସରିବା ପରେ ୱାର୍ଡନଂ ୬ ର ଶ୍ରୀରାମଚନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଥିବା ବୁଥ ନଂ ୧୬ ରେ ସମୟ ସରିଯାଇଥିବାର କହି ଭୋଟଦାନ କେନ୍ଦ୍ର ଭିତରୁ ବିଭିନ୍ନ ଦଳୀୟ ଓ ସ୍ୱାଧୀନ ପ୍ରାର୍ଥୀ ଙ୍କ ଏଜେଂଟ ମାନଙ୍କୁ ବାହାର କରିଦେବା ପରେ ଜଣେ ବିଜେଡି ପ୍ରାର୍ଥୀଙ୍କ ସ୍ୱାମୀ ଏବଂ ଅନ୍ୟଜଣେ ପରାକ୍ରମୀ ବିଜେଡି କର୍ମୀ ମତଦାନ କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ ସେମାନଙ୍କୁ ବେଆଇନ ଭାବରେ ଏଜେଂଟ ମାନଙ୍କ ବିରୋଧ ସତ୍ୱେ ପୋଲିସ ଓ ପ୍ରିଜାଇଡିଂ ଅଫିସର କେନ୍ଦ୍ର ଭିତରକୁ ପଶିବାକୁ ଅନୁମତି ଦେଇଥିଲେ ଏବଂ କିଛି ସମୟ ଭିତରେ ଉକ୍ତ ବୁଥର ପ୍ରିଜାଇଡିଂ ଅଫିସର ଏବଂ ବିଜେଡି ପ୍ରାର୍ଥୀଙ୍କ ସ୍ୱାମୀ ଓ ବିଜେଡି କର୍ମୀଙ୍କ ସହ ବିନା ସିଲରେ ଗଳାବାଟଦେଇ ଇଭିଏମ ମେସିନ ନେଇଯିବାର ଦେଖି ଉପସ୍ଥିତ ଏଜେଂଟ ମାନେ ବିରୋଧ କରିବା ସତ୍ୱେ ନେଇଯାଇଥିବାର ଅଭିଯୋଗ ହୋଇଛି । ଏହା ପରେ ସେହି ସ୍କୁଲ ପରିସର ରେ ଥିବା ୧୫ ନମ୍ବର ବୁଥର ବିନା ସିଲ ମେସିନ ଓ ପିଜାଇଡିଂ ଅଫିସରଙ୍କୁ ଲୋକେ ଅଟକ ରଖିବା ସହିତ ବ୍ୟାପକ ଉତେଜନା ପ୍ରକାଶ ପାଇଥିଲା ।

ବିଭିନ୍ନ ଦଳୀୟ ଏବଂ ସ୍ୱାଧୀନ ପ୍ରାର୍ଥୀ ଓ ଉପସ୍ଥିତ ଲୋକେ ଗଳାବାଟ ଦେଇ ବିନାସିଲରେ ନେଇଯାଇଥିବା ୧୬ ନମ୍ବର ବୁଥର ମେସିନ ଓ ପ୍ରଜାଇଡିଂ ଅଫିସରକୁ ବୁଥ କୁ ଆଣିବାକୁ ଦାବୀ କରି ବୁଥ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ । ସେହିପରି ୧୬ ନମ୍ବର, ୧୭ ନମ୍ବର, ୯ନମ୍ବର, ୭ ନମ୍ବର ଆଦି ବିଭିନ୍ନ ୱାର୍ଡରୁ ମଧ୍ୟ ଅନିୟମିତ ତା ହୋଇ ଥିବାର ଖବର ଆସିଥିଲା। ତେବେ ଶେଷରେ ପୋଲିସ ଜୋର ଜବର ଦସ୍ତ ୧୫ ନମ୍ବର ବୁଥରୁ ଇଭିିରମ ମେସିନ ସହ ପ୍ରିଜାଇଡିଂ ଅଫିସରଙ୍କୁ ବୁଥରୁ ନେଇଥିଲା । ତେବେ ଏଭିଏମ ମେସିନ ବୁଥରୁ ବଳ ପୂର୍ବକ ନେବା ବେଳେ କଂଗ୍ରେସ ଓ ବିଜେପି ର ପ୍ରାର୍ଥୀ ତଥା ସମର୍ଥକ ମାନେ ହଜାରହଜାର ସଂଖ୍ୟାରେ ପ୍ରତିବାଦ କରିଥିବା ବେଳେ, ପୋଲିସ ସହ ଜନତାଙ୍କର ଠେଲାପେଲା ହେବା ସହ ବ୍ୟାପକ ଉତେଜନା ପ୍ରକାଶ ପାଇଥିଲା ଲୋକେ ପୋଲିସ ପ୍ରସାଶନ, ଜିଲ୍ଲା ପ୍ରସାଶନ ଓ ରାଜ୍ୟସରକାର ବିରୋଧୀ ସ୍ଲୋଗାନ ଦେଇ ଥଲେ । ଠେଲାପରେଲା ଭିତରେ କିଛି ଲୋକ ଆହତ ମଧ୍ୟ ହୋଇ ଥିବାର ଦେଖା ଯାଇଛି । ବିଭିନ୍ନ ବୁଥରୁ ଏହି ଏକାଭଳି ଅଭିଯୋଗ ଆସିବା ସହ ଘଟଣାର ଫୋଟ ଭିଡିଓ ଭାଇରାଲ ହୋଇଥିବାରୁ ସହରର ବୁଦ୍ଧିଜିବୀ ମହଲରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବାର ଶୁଣିବାକୁ ମିଳୁଛି ।ମୟୁରଭଞ୍ଜ ଜିଲ୍ଲାରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook