iic ଙ୍କ ଦୁର୍ବ୍ୟବହାର କୁ ବିରୋଧ କରି ଗ୍ରାମବାସୀଙ୍କ ଥାନା ଘେରାଉ

ଜଳେଶ୍ବର:-ଥାନା ବାବୁ ଙ୍କ ବ୍ୟବହାର ରେ ଅତିଷ୍ଠ ହୋଇ ରାତି ଅଧରେ 500 ରୁ ଉର୍ଦ୍ଧ ଗ୍ରାମବାସୀ ଥାନା ଘେରାଉ କଲେ । ସୂଚନା ମୁତାବକ ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଓଲମାର ପଂଚାୟତ ର ଗୋପାଳପୁର ଗ୍ରାମରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏ ବାବଦ ରେ ଥାନା iic ବାବୁଙ୍କ ନିକଟ କୁ ଅନୁମତି ପାଇଁ ଯାଇଥିବା ବେଳେ ଗ୍ରାମବାସୀଙ୍କୁ iic ଖରାପ ବ୍ୟବହାର କରିଥିଲେ ।

ଯାହା ଫଳରେ ଘଟଣା ସ୍ଥଳରେ 500 ରୁ ଉର୍ଦ୍ଧ ଲୋକେ ଆସି ଥାନା ଘେରାଉ କରିଥିଲେ । ଘଟଣା ସ୍ଥଳରେ ଜଳେଶ୍ବର SDPO ଅଙ୍କିତା କୁମ୍ଭାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମି ଥିଲା । କେବଳ ଏହି ଘଟଣା ନୁହେଁ ପୂର୍ବରୁ ମଧ୍ୟ ଆଇ ଆଇ ସି ଲୋକଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ରହିଛି । ତେଣୁ iic ଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି ଗ୍ରାମବାସୀ ।Report:- ନବୀନ ସାହୁ

Share this…
Share on Facebook

Facebook