ନିଯୁକ୍ତି ଦାବି ରେ ରେଳରୋକ।

ଅନୁଗୋଳ ଜିଲ୍ଲା ନାଲକୋ ଦ୍ବାରା କ୍ଷତିଗ୍ରସ୍ତ  ୩୯ଟି ଗ୍ରାମ ଏବଂ ନାଲକୋ ପ୍ରେରିତ ସ୍ପୋନସର୍ଡ ଆଇ.ଟି.ଆଇ ( ଏଲ୍.ଏ.ପି ) ୧୯୮ ଜଣ ପ୍ରାୟ ୧୪ବର୍ଷ ଧରି ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ପାଖରେ ବିଭିନ୍ନ ଉଚ୍ଚସ୍ତରୀୟ ବୈଠକ ମାଧ୍ୟମରେ ନାଲକୋରେ ସ୍ଥାୟୀ ନିଯୁକ୍ତି ପାଇଁ ଦାବୀ ଉପସ୍ଥାପନ କରିଆସୁଛନ୍ତି ।  ନାଲକୋ ପ୍ରଶାସନ ୯ମ ଆର.ପି.ଡି.ସି. ବୈଠକର ନିଷ୍ପତ୍ତିକୁ ହେୟ ମନେକରି ଆଜିଯାଏଁ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି ।

ବିଗତ ଦିନରେ ବହୁବାର ଦାବି ଆପତ୍ତି ଆନ୍ଦୋଳନ ପରେ ମଧ୍ୟ ନାଲକୋ କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବାରୁ ଏଣୁ ବାଧ୍ୟ ହୋଇ ନାଲକୋ କ୍ଷତିଗ୍ରସ୍ତ ୩ ଟି ବିଧାନସଭା କ୍ଷେତ୍ରର ୩୯ଟି ଗ୍ରାମର ନାଲକୋ ସ୍ପୋନସର୍ଡ ଆଇ.ଟି.ଆଇ ( ଏଲ.ଏ.ପି. ) ୧୯୮ ପ୍ରଜା ସପରିବାର ରେଳରୋକ ଆନ୍ଦୋଳନ କରିଛନ୍ତି।ଯାହାଫଳରେ ନାଲକୋ କୁ ତାଳଚେର ରୁ କୋଇଲା ପରିବହନ ରେ ବାଧା ସୃଷ୍ଟି ହୋଇଛି।ମହାପ୍ରବନ୍ଧକ ସ୍ମେଲଟରଙ୍କ ଜରିଆରେ ଦୁଇଟି ୧୦ଦଫା ସମ୍ବଳିତ ଦାବୀପତ୍ର ନାଲକୋ ଅଧ୍ୟକ୍ଷଙ୍କ ଉଦ୍ଦେଶ୍ୟରେ ଦେଇ ୧୫ ଦିନର ମହଲତ ଦିଆ ଯାଇଥିଲା ପରେ କୌଣସି ସମାଧାନ ହୋଇପାରିନଥିବାରୁ ଆଜି ଗୋବରା ଠାରେ ରେଳରୋକ ଆନ୍ଦୋଳନ ଚଳାଇଛନ୍ତି।ଦାବି ପୂରଣ ନହେଲେ ଆଗାମୀ ଦିନରେ ନାଲକୋ କୁ କୋଇଲା ପରିବହନ ଓ ପାଣି ସଂମ୍ପୂର୍ଣ ରୂପେ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଧାରଣାକାରୀ ମାନେ। ଅନୁଗୋଳ ରୁ ଦିଲୀପ ନାୟକ ଙ୍କ ରିପୋର୍ଟ ।

Share this…
Share on Facebook

Facebook