ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ବାରିପଦାବାସୀ

ବାରିପଦା—ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ବାରିପଦାବାସୀ । ମତ ଦେଇ ବାଛିବେ ସହରର ପ୍ରଥମ ନାଗରିକ । ୱାର୍ଡ ପ୍ରତିନିଧିଙ୍କୁ ବି ଭୋଟ୍‌ ଦେଇ ନିର୍ବାଚିତ କରିବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ନିର୍ବାଚନ ପାଇଁ ବାରିପଦାରେ ୮୨ ବୁଥ୍‌ ହୋଇଛି । ସକାଳୁ ମଇଦାନରେ ଥିବା ସବୁ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହୋଇଯାଇଛି ।

ଲୋକେ କାହାକୁ ଭରସା କରିବେ ତାହା ଭୋଟରେ ଜଣାଇବେ । ଲୋକଙ୍କ ଭୋଟ୍‌ କୁଆଡ଼େ ଯିବ ସେ ଚିନ୍ତାରେ ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼ ହେଉଛି ।
ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ମୟୁରଭଞ୍ଜ ଜିଲ୍ଲାର ବାରିପଦା,ରାଇରଙ୍ଗପୁର, କରଂଜିଆ ଓ ଉଦଳା ୪ଟି ମ୍ୟୁନିସିପାଲିଟିର ୩ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିବେ। ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି । ବାରିପଦାରେ କିଏ ପିନ୍ଧିବେ ପୋୖରାଧକ୍ଷ ମୁକୁଟ ? ପୋୖରାଧକ୍ଷ ନିର୍ବାଚନକୁ ନେଇ ସବୁଠୁ ଚର୍ଚ୍ଚା ।

ମଇଦାନରେ ରହିଛନ୍ତି ୩ ପ୍ରମୁଖ ଦଳ ବିଜେପି-କଂଗ୍ରେସ-ବିଜେଡି ପ୍ରାର୍ଥୀ । ବିଜେଡିରୁ କୃଷ୍ନାନନ୍ଦ ମହାନ୍ତି, କଂଗ୍ରେସରୁ ଯୋଗେଶ ଅଗ୍ରୱାଲ ବିଜେପିରୁ କବି ବିଷ୍ଣୁ ଶତପଥୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ । ବାରିପଦା ପୌରପରିଷଦରେ ୨୮ ୱାଡ଼ରେ ୮୨୨୭୨ଭୋଟର ରହି ଥିବା ବେଳେ ୮୨ଟି ମତଦାନ କେନ୍ଦ୍ର ମଧ୍ୟରୁ ସମ୍ବେଦନଶୀଳ ୪ଗୋଟି ବୋଥ ରହିଛି । ତେବେ ସମସ୍ତ ମତଦାନ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହିତ ମତଦାତା ମାନେ ନିଜର ମତଦାନ କରୁଥିବା ଦେଖିବାକୁ ମିଳିଛି ।
ମୟୁରଭଞ୍ଜ ଜିଲ୍ଲାରୁ ତପନ କୁମାର ଦଣ୍ଡପାଟ

Share this…
Share on Facebook

Facebook