ସୋର,: ପୌର ନିର୍ବାଚନ ନେଇ ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସକାଳୁ ଭୋଟର ଲମ୍ବା ଲାଇନ୍ରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ ସୋରର ପୈରାଞ୍ଚଳର ବାପୁ ନେଡାଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୋଟ ଗ୍ରହଣ କେନ୍ଦ୍ରରେ ସୋର ର ବିଧାୟକ ପର୍ଶୁରାମ ଧଡା ଭୋଟ ଦେଇଛନ୍ତି ।
ଗଣତନ୍ତ୍ର ବଞ୍ଚାଇବା ପାଇଁ ମତଦାନ କରିବା ଅତ୍ୟନ୍ତ ମୂଲ୍ୟବାନ ଅଟେ। ନିର୍ଭୀକ ଓ ନିରପେକ୍ଷ ମତଦାନ କରିବାକୁ ସେ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି।
ସୋର ରୁ ସରତ ନାୟକ ଙ୍କ ରିପୋର୍ଟ