କେନ୍ଦ୍ରାପଡ଼ା ସେବାସମିତିର ଆନୁକୂଲ୍ୟରେ ଷଷ୍ଠ ଫଗୁଣ ମହୋତ୍ସବ ବାଲିଆ ମେଳଣ ପଡିଆରେ ଅନୁଷ୍ଠିତ

କେନ୍ଦ୍ରାପଡ଼ା ସେବାସମିତିର ଆନୁକୂଲ୍ୟରେ ଷଷ୍ଠ ଫଗୁଣ ମହୋତ୍ସବ ବାଲିଆ ମେଳଣ ପଡିଆରେ ଅନୁଷ୍ଠିତ ହୋଇଯାଇଛି l ମହାମାରୀ ପାଇଁ ଗତବର୍ଷ ଏହି ମହୋତ୍ସବ ବନ୍ଦ ରହିଥିବା ବେଳେ, ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି l ନିଜ ଅଂଚଳର କଳା ସଂସ୍କୃତି, ପ୍ରଥା, ପରମ୍ପରା ଓ ଲୁକ୍କାହିତ ପ୍ରତିଭାବାନ ମାନଙ୍କୁ ଲୋକ ଲଚନକୁ ଆଣିବା ପାଇଁ ପରିକଳ୍ପନା କରିଥିବା କେନ୍ଦ୍ରାପଡ଼ା ସେବା ସମିତି ସପ୍ତମ ବର୍ଷରେ ପାଦ ଥାପିଛି l

ଦୀର୍ଘ ସାତବର୍ଷ ହେବ ଅସହାୟ ଲୋକମାନଙ୍କୁ ମେଡ଼ିକାଲରେ ପହଂଚାଇବା ସହ ସେମାନଙ୍କ ଚିକିତ୍ସା କରାଇବା, ଦୃଘଟଣା ଶିକାରୀ ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା କରାଇବା, ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢିବା ପାଇଁ ଅର୍ଥ ପ୍ରଦାନ କରିବା, ବନ୍ୟା ବାତ୍ୟା ସମୟରେ ଲୋକ ମାନଙ୍କୁ ମାଗଣା ରିଲିଫ ବଂଣ୍ଟନ କରିବା ଏବଂ ମହାମାରୀ କରୋନା ସମୟରେ ମାଗଣା ମାସ୍କ, ସାବୁନ ବଂଣ୍ଟନ କରିବା, ଓଡିଶାରେ ଫସି ରହିଥିବା ପ୍ରବାସୀ ଲୋକମାନଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା ଓ ଲୋକ ମାନଙ୍କୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ରହି ଆସିଛି କେନ୍ଦ୍ରାପଡ଼ା ସେବାସମିତି l ଗ୍ରାମାଞ୍ଚଳରେ ଗଢି ଉଠିଥିବା ଏହି ସେବା ସମିତିର ମହତ କାର୍ଯ୍ୟପାଇଁ ଅନେକ ଲୋକ ହୁରି ହୁରି ପ୍ରଶଂସା କରିଛନ୍ତି l

Share this…
Share on Facebook

Facebook