ପ୍ରଧାନଶିକ୍ଷକଙ୍କ ମିଛ ଛୁଟି ସତ ରାଜନୀତି !

କେନ୍ଦ୍ରାପଡ଼ା – ସ୍କୁଲ ରେ ହାଜିରା ପଞ୍ଚାୟତ ରେ କାମ l ଏପରି କାର୍ଯ୍ୟ କରିଛନ୍ତି ଜଣେ ପ୍ରଧାନ ଶିକ୍ଷକ l ଯାହା କଏଦ ହୋଇଛି ଆମ ଷ୍ଟିଙ୍ଗ କ୍ୟାମେରା ରେ l ଏ ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ମଙ୍ଗଳପୁର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିମାଇଁ ଚରଣ ବେହେରା ସ୍କୁଲ ରେ ହାଜିରା ପକାଇ ସହଯୋଗୀ ଶିକ୍ଷକ ମାନଙ୍କୁ Ri ଅଫିସ ଯାଉଛି ବୋଲି ମିଛ କହି ସ୍କୁଲ ରୁ ବାହାରି ଯାଇଥିଲେ l
କିନ୍ତୁ ଶିକ୍ଷକ R i ଅଫିସି କୁ ନ ଯାଇ ପଳେଇ ଯାଇଥିଲେ ପଞ୍ଚାୟତ କାର୍ଯ୍ୟାଳୟ କୁ l ଗରଦପୁର ବ୍ଲକ ପଦ୍ମପୁର ପଞ୍ଚାୟତ ର ନୂତନ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ନିଜ ସ୍ତ୍ରୀ ଅନୁସୟା ବେହେରା ଙ୍କ ଦାୟିତ୍ୱ ଗ୍ରହଣ ସମୟରେ ଉପସ୍ଥିତ ରହି କାଗଜ ପାତ୍ର ଯାଞ୍ଚ କରୁଥିବା ର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି l
ତେବେ ଜଣେ ପ୍ରଧାନ ଶିକ୍ଷକ ହୋଇ କିପରି ନିଜର ଦାୟିତ୍ୱ ଭୁଲି ଗଲେ ବୋଲି ସାଧାରଣ ରେ ଆଲୋଚନା ହେଉଥିବା ବେଳେ l ନିଜର ଦାୟିତ୍ୱ ରେ ଅବହେଳା ଓ ସରକାରୀ କଳ କୁ ଅପବ୍ୟବହାର କରିଥିବା ପଦ୍ମପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସ୍ଵର୍ଣ୍ଣଲତା ରାଉତ ଏକ ଲିଖିତ ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ ନିକଟକୁ ଦେବା ସହ ଏହାର ଏକ ନକଲ ମଣ୍ଡଳ ଉନୟନ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଦେଇଛନ୍ତି l ତେବେ ଆଗାମୀ ଦିନରେ ପ୍ରଧାନ ଶିକ୍ଷକ ଙ୍କ ଉପରେ କଣ ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା l

Share this…
Share on Facebook

Facebook